କୁକୁଡାଖଣ୍ଡି,(ଇ.ରଞ୍ଜନ):-
କୁକୁଡାଖଣ୍ଡି: ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ କୁକୁଡାଖଣ୍ଡି ବ୍ଲକ ଅଧିନସ୍ଥ ଲୋଚାପଡ଼ା ପଞ୍ଚାୟତ ସମେତ ବୋରିଗାଁ, ନିମଖଣ୍ଡି ପଂଚାୟତ କାର୍ଯ୍ୟାଳୟ ପରିସରରେ ଆଜି ବିକାଶ ବାହନ ରଥ ଶୁଭାରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଟି କୁ ଲୋଚପଡ଼ା ସରପଞ୍ଚ ଏଲ. ମୋହନ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସେହିପରି ବୋରିଗାଁ ପଂଚାୟତରେ ସସ୍ମିତା ସାହୁ ଏବଂ ନିମଖଣ୍ଡି ସରପଞ୍ଚ ଶଶୀ ବେହେରାଙ୍କ ନେତୃତ୍ୱ ହୋଇଥିବା କାର୍ଯ୍ୟକ୍ରମ ରେ ସରକାରଙ୍କ ବିକାଶ ଉପରେ ଲୋକଙ୍କୁ ସୂଚନା ଦେଇଥିଲେ l ଏଥିରେ ଲୋଚାପଡ଼ା ସମିତି ସଭ୍ୟ ଚଣ୍ଡୀ ଚରଣ ସାହୁ, ବୋରିଗାଁ ସମିତିସଭ୍ୟ ସନ୍ତୋଷ ସାହୁ, ନିମଖଣ୍ଡି ବିଷ୍ଣୁ ବେହେରା ସଂମାନ୍ବିତ ଅତିଥି ଭାବେ ଯୋଗଦେଇ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଉପରେ ସଚେତନତା କରିଥିଲେ l ଏଥିରେ ପିଓ ଚିନ୍ମୟ ବେହେରା, ରାଜେଶ ରାଓ ପ୍ରମୁଖ ମିଳିତ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଶୁଭ ଉଦ୍ଘାଟନ କରିଥିଲେ। ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଭିତ ରେ ଲୋକ ଙ୍କ ପାଇଁ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ବିକାଶ ସ୍ବପ୍ନ ର ଝଲକ ଏବଂ ବାର୍ତ୍ତା ଏଲିଡି ସ୍କ୍ରିନ ମାଧ୍ୟମ ରେ ସାଧାରଣ ଲୋକ ଙ୍କୁ ପ୍ରଦର୍ଶିତ ସହ ସଚେତନତା ସୃଷ୍ଟି କରାଯାଇଥିଲା । ଏଥିରେ ଶତାଧିକ ଲୋକଙ୍କ ସାମଗମ ହୋଇଥିଲା l ଏହା ବ୍ୟତୀତ ପଞ୍ଚାୟତ ର ବହୁ ଉପସ୍ଥିତ ଲୋକଙ୍କୁ ରାସନ୍ କାର୍ଡ ସହ ଆୟୁଷ୍ମାନ କାର୍ଡ, ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭତ୍ତା କାର୍ଡ ଇତ୍ୟାଦି ଉପରେ ଲୋକଙ୍କୁ ଆବେଦନ ନିମନ୍ତେ ସଚେତନତା ସୃଷ୍ଟି କରାଯାଇଥିଲା କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ବହୁ ମହିଳା ସହ ଏମ୍.ବି.କେ,ସିଆରପିଏଫ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମଚାରୀ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଆସିଥିଲେ