ତିନି ଦଫା ଦାବି ନେଇ ବନ କର୍ମଚାରୀଙ୍କ କଳା ବ୍ୟାଜ ପରିଧାନ ଦାବିପତ୍ର ପ୍ରଦାନ

ଆର,ଉଦୟଗିରି,(ମନୋଜ ପାଢୀ)

ଓଡିଶା ଅଣ ଗେଜେଟେଡ ବନ କର୍ମଚାରୀ ସଂଘ ପାରଳାଖେମୁଣ୍ଡି ଶାଖା ସମ୍ପାଦକ ଶ୍ରୀ ଶିବରାମ ସାବତ ଙ୍କ ତତ୍ବାବଧାନରେ ଗଜପତି ଜିଲ୍ଲା ରାମଗିରି ବନାଞ୍ଚଳ ପକ୍ଷରୁ, ପାରଳାଖେମୁଣ୍ଡି ଡିଏଫଓ ଙ୍କ ଉଦ୍ଦ୍ୟେଶରେ ତିନି ଦଫା ଦାବି ନେଇ ଏକ ଦାବୀପତ୍ର ,ରାମଗିରି ବନାଞ୍ଚଳ ଅଧିକାରୀ ଶ୍ରୀ ପିୟୂଷ ପ୍ରତୀକ ପଟ୍ଟନାୟକଙ୍କୁ ଗତକାଲି ଦିଆଯାଇଛି। ତା ସହିତ ବନ କର୍ମଚାରୀ ଗଣ କଳା ବ୍ୟାଜ ପିନ୍ଧି ଡିୟୁଟି କରୁଥିବା ଜଣା ପଡିଛି। ସେଇ କର୍ମଚାରୀଙ୍କ କହିବା ପ୍ରକାରେ ପୂର୍ବରୁ ସେମାନଙ୍କ ଏଇ ତିନି ଦଫା ତଥା ବନରକ୍ଷୀ ମୃତକ ପ୍ରହ୍ଲାଦ ପ୍ରଧାନଙ୍କ ପରିବାକୁ ୧ କୋଟି ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ସହ ତାର ନାବାଳିକା ଝୀଅର ପାଠପଢା ଖର୍ଚ୍ଚ ଦାବି, ପୋଲିସ ବିଭାଗ ଭଳି ସୁବିଧା ଯୋଗାଇଦେବାକୁ ଓ ବନ ନିଗମ ଗଠନ କରିବାକୁ ଏବଂ ବନ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ତାଲିମ ବ୍ୟବସ୍ଥା ଆଦି ଦାବିକରି, ଗତ ୦୮/୦୫/୨୦୧୫ ତାରିଖ ରାଜ୍ୟ ସରକାରଙ୍କ ଉଦ୍ଦ୍ୟେଶରେ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇଛି। ହେଲେ ଏଥିରେ ସରକାରୀ କୌଣସି ପ୍ରତିକ୍ରିୟା ତଥା କୌଣସି ସମାଧାନ ଏ ଯାଏ କରି ନଥିବାରୁ, ପୁଣି ଥରେ ସଂଘର ନିଷ୍ପତି ପ୍ରକାରେ ୧୫/୦୬/୨୦୨୫ ଠାରୁ ୨୧/୦୫/୨୦୨୫ ଯାଏ କଳା ବ୍ୟାଜ ପରିଧାନ ସହ କାର୍ଯ୍ୟ କରିବେ ଏବଃ ଯଦି ଚ ଏଇ ସମୟ ସୁଧା ସରକାର କୌଣସି ସମାଧାନ ନକରନ୍ତି ତେବେ, ସାମୁହିକ ଭାବେ ସମସ୍ତ କର୍ମଚାରୀ ଛୁଟି ନେଇ ଚାଲିଯିବା ସହ ଆରସିସିଏଫ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାଲାଗି ସଂଘ ନିଷ୍ପତି ନେଇଥିବା ଜଣାପଡିଛି

You might also like
error: Content is protected !!