ନନ୍ଦନକାନନ ପ୍ରାଣୀ ଉଦ୍ୟନରେ 2025 ମସିହା ପ୍ରଥମ ରଜରେ ସର୍ବାଧିକ ପର୍ଯ୍ୟଟକ ଆସିଥିବା ବଡ଼ ରେକର୍ଡ 

ଖୋର୍ଦ୍ଧା(ସଞ୍ଜୀବ କୁମାର):-

ଦ୍ବିତୀୟ ରଜରେ ନନ୍ଦନକାନନ ପ୍ରାଣୀ ଉଦ୍ୟନରେ ୩୭ ହଜାରରୁ ଅଧିକ ପର୍ଯ୍ୟଟକ ଆସିଥିଲେ। ସେହିପରି ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ପ୍ରାୟ ଅଢ଼େଇ ହଜାର ଲୋକ ବୁଲିବାକୁ ଯାଇଥିଲେ। ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ତରଫରୁ ମିଳିଥିବା ସୂଚନା ଅନୁସାରେ ଆଜି ଦ୍ୱିତୀୟ ରଜ ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩୭,୧୦୮ ଜଣ ପର୍ଯ୍ୟଟକ ବୁଲିଛନ୍ତି।ରବିବାର ଭଲ ବାର ସାଙ୍ଗକୁ ପାଗ ଭଲ ଥିବାରୁ ଏତେ ସଂଖ୍ୟାରେ ପର୍ଯ୍ୟଟକ ଆସିଛନ୍ତି। ଟିକେଟ କରି ବୁଲି ଦେଖି ଥିବା ପର୍ଯ୍ୟଟକଙ୍କ ଗଣନାରୁ ଏହି ସଂଖ୍ୟା ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୨୨ ମସିହା ପ୍ରଥମ ରଜରେ ସର୍ବାଧିକ ୩୪,୮୧୭ ପର୍ଯ୍ୟଟକ ଆସିଥିବା ବଡ଼ ରେକର୍ଡ ଥିଲା। ସେହି ରେକର୍ଡ ଆଜି ଭଙ୍ଗ ହୋଇଛି

Smart Computer Ad
You might also like
error: Content is protected !!