ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):-
ପୁରୁଷୋତ୍ତମପୁର ଥାନାରେ କାର୍ଯ୍ୟରତ ସବ ଇନିସ ପେକ୍ଟର ଥିବା ଆଦିତ୍ୟ ନାରାୟଣ ପାତ୍ର କିଛି ବର୍ଷ ହେଲା ଏହି ଥାନାରେ ରହି ଅପରାଧୀକ କାର୍ଯ୍ୟରେ ଲିପ୍ତ ଥିବା ଏବଂ କ୍ରାଇମ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସାବାଡ଼ କରି ହାଜତ କୁ ପଠେଇବା ସେମାନଙ୍କ ରେକଡ଼ କୁସଠିକ ଭାବେନିର୍ଦ୍ଧିଷ୍ଟ ଭାବେ ସଜାଡିରଖିବା,ଏବଂସେମାନଙ୍କ ସବୁ ଖବର ଓ ରେକଡ଼ କୁ ନିର୍ଭୁଲ ଭାବେ ଛତ୍ରପୁର ଏସପି ଅଫିସିଜୁ ପଠେଇବା, ଥାନାର ଆଇ ଆଇସି ଓ ଏସଡ଼ିପିଓ ଙ୍କ ନିର୍ଦେଶ ମୁତାବକ କାର୍ଯ୍ୟ କରି ଆସୁଛନ୍ତି | ସେମାନଙ୍କ ନିତି, ଆଦର୍ଶକୁ ସମ୍ନାନ ଜଣାଇ କାର୍ଯ୍ୟ କରି ଆସୁଛନ୍ତି | କୌଣସି ପରିସ୍ଥିତି ରେ ମଧ୍ୟ ଅପରାଧୀ ମାନଙ୍କୁ ସହଯୋଗ ନକରି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା, ନିରୀହ ଜନତା ଙ୍କୁ ନ୍ୟାୟ ପ୍ରଦାନ କରି ଆସୁଛନ୍ତି | ତାଙ୍କର ଏହି ମହତ କାର୍ଯ୍ୟ ଯୋଗୁଁ ଛତ୍ରପୁର ଏସପି ଶୁଭେନ୍ଦୁ କୁମାର ପାତ୍ର, ଅନ୍ୟ କିଛି ଥାନାର ଏସ ଆଇ
ମାନଙ୍କ ସହ ପୁରୁଷୋତ୍ତମପୁର ଥାନାର ଏସ ଆଇ ଆଦିତ୍ୟ ନାରାୟଣ ପାତ୍ର ଙ୍କୁ ତାଙ୍କରି ନିରବ ଛିନ୍ନ ସେବା ନିମନ୍ତେ ଗତକାଲି ଛତ୍ରପୁର ଏସପି ଅଫିସିରେ ଆଦିତ୍ୟଙ୍କୁ ଏକ ନଂ ଏସ ଆଇ ଭାବେ ଓ ଏହାଙ୍କ ସହ ଅନ୍ୟ ଥାନାର କିଛି ଏସ ଆଇ ମାନଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରି ପୋଲିସ ବିଭାଗ ସହିତ ଦେଶମାତୃକାର ସେବାକରିବା ପାଈଁ ଏସପି ନିର୍ଦେଶ ଦେଇ ଥିଲେ | ତେବେ ପୁରୁଷୋତ୍ତମପୁର ଥାନା ର ଏସ ଆଇ ଆଦିତ୍ୟ ନାରାୟଣ ପାତ୍ର ଙ୍କୁ ଏହି ସମ୍ବର୍ଦ୍ଧନା ମିଳିବା ଖବର ଶୁଣିଲା ପରେ ଥାନା ଅଧିକାରୀ ରାଜେଶ ନାୟକ ଓସମସ୍ତ ଥାନା ଷ୍ଟାଫ ଓ ଏସଡ଼ି ପିଓ ଡ଼ଃ ଦୀପକ କୁମାର ମିଶ୍ର ଖୁସିବ୍ୟକ୍ତ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି | ଆଦିତ୍ୟ ବାବୁଙ୍କ ଭଳି ସମସ୍ତେ ମହତ କାର୍ଯ୍ୟ କଲେ ଏହି ଥାନା ଏକ ଆଦର୍ଶ ଥାନାରେ ପରିଣତ ହୋଇ ପାରିବ ବୋଲି ଜନ ସାଧାରଣ ଙ୍କ ବିଶ୍ୱାସ ରହିଛି |