କୁକୁଡାଖଣ୍ଡି,(ଇ.ରଞ୍ଜନ):-
କୁକୁଡାଖଣ୍ଡି: ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ କୁକୁଡାଖଣ୍ଡି ବ୍ଲକ ଅଧିନସ୍ଥ ଜଗଦଳପୁର ପଞ୍ଚାୟତ ପରିସରରେ ଆଜି ବିକାଶ ବାହନ ରଥ ଶୁଭାରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଟି ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସମିତି ସଭ୍ୟ ବି ରବୀନ୍ଦ୍ର ପାତ୍ର, ପିଓ ବିଷ୍ଣୁ ସାହୁ ମିଳିତ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଶୁଭ ଉଦ୍ଘାଟନ କରିଥିଲେ। ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଭିତ ରେ ଲୋକ ଙ୍କ ପାଇଁ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ଉପରେ ଏଲିଡି ସ୍କ୍ରିନ ମାଧ୍ୟମ ରେ ସାଧାରଣ ଲୋକ ଙ୍କୁ ପ୍ରଦର୍ଶିତ କରାଯାଇଥିଲା ।ପରେ ପଞ୍ଚାୟତ ବହୁ ଲୋକ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ l ରାସନ୍ କାର୍ଡ ସହ ଆୟୁଷ୍ମାନ କାର୍ଡ, ଭତ୍ତା କାର୍ଡ ଇତ୍ୟାଦି ଉପରେ ଲୋକଙ୍କୁ ଆବେଦନ ନିମନ୍ତେ ସଚେତନତା ସୃଷ୍ଟି କରାଯାଇଥିଲା କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ବହୁ ମହିଳା ସହ ଏମ୍.ବି.କେ,ସିଆରପିଏଫ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମଚାରୀ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଆସିଥିଲେ
