ପୂର୍ବ ସରକାରର ପ୍ରକଳ୍ପ ଆଗକୁ ବଢ଼ି ପାରୁନଥିଲା 

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ଗତ ୨୪ ବର୍ଷର ସରକାର କେବଳ ଯୋଜନା କରୁଥିଲେ l କିନ୍ତୁ କାର୍ଯ୍ୟ ଶେଷ କରିପାରୁନଥିଲେ l ନୂତନ ସରକାର ଆସନ୍ତା ୫ବର୍ଷ ମଧ୍ୟରେ ସମସ୍ତ ପ୍ରକଳ୍ପ ଶେଷ କରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ

 କନକ ବର୍ଦ୍ଧନ ସିଂଦେଓ ଗଣମାଧ୍ୟମକୁ କହିଛନ୍ତି l କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ଛାୟା କଲ୍ୟାଣ ମଣ୍ଡପ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଦେଓ ଆହୁରି କହିଥିଲେ ଯେ ବ୍ରହ୍ମପୁର ସହରକୁ ଛେଳିଗଡରୁ ପାଣି ଆସିବ l ଆଗକୁ ଏଠାକାର ପାଣି ସମସ୍ୟା ଦୂର ହେବ l ଭାରତ ବର୍ଷରେ ଡାଲି ଓ ତେଲର ଉତ୍ପାଦନ ବୃଦ୍ଧି କରାଯିବ l ବିଶ୍ଵର ବିଭିନ୍ନ ସ୍ଥାନକୁ ରପ୍ତାନି ହେବ l ଏଭଳି ବିଭିନ୍ନ ଦିଗ ଉପରେ ଉପ ମୁଖ୍ୟମନ୍ତ୍ରୀ କହିଥିଲେ l ଗଞ୍ଜାମ ଜିଲ୍ଲାର ହେଉଥିବା ସମସ୍ତ ଉତ୍ପାଦ ବାହାର ଦେଶକୁ ରପ୍ତାନି ଦିଗରେ ଅଣ୍ଟା ଭିଡାଯାଇଛି l ସେହି ଭଳି ମୋହନ ସରକାରଙ୍କ ବିଭିନ୍ନ ତଥା ସଫଳତା ଦିଗ ଉପରେ ସେ ଆଲୋକପାତ କରିଥିଲେ l ଅନୁଷ୍ଟିତ ଏହି ସାମ୍ୱାଦିକ ସମ୍ମିଳନୀରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ,ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର,ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ , ରାମଚନ୍ଦ୍ର ପଣ୍ଡା, ଟି ଗୋପୀ, ଯୁବନେତା ସୁନିଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ

You might also like
error: Content is protected !!