କୁକୁଡାଖଣ୍ଡି,(ଇ,ରଞ୍ଜନ):-
ବ୍ରହ୍ମପୁର ସାଂସଦଙ୍କ ନୂତନ ପ୍ରତିନିଧି ଭାବେ ମନନ୍ବିତ ହେଲେ ଦକ୍ଷିଣପୁର ସୋମବାୟ ସେବା ସମିତି ସଭାପତି ତଥା ପୂର୍ବତନ ଦିଗପହଣ୍ଡି ବିଧାୟକଙ୍କ ପ୍ରତିନିଧି ସନ୍ତୋଷ କୁମାର ଚୌଧୁରୀ l ଆଜି ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ କୁକୁଡାଖଣ୍ଡି, ରଙ୍ଗେଈଲୁଣ୍ଡା ଏବଂ ଗୋପାଳପୁର ଏନ.ଏସି ନିମନ୍ତେ ନୂତନ କର୍ମକର୍ତା ଙ୍କୁ ନିଜ ପ୍ରତିନିଧି ଭାବେ ବିଭିନ୍ନ ବ୍ଲକ ଏବଂ ଏନ. ଏସି ରେ ନିଯୁକ୍ତ କରିଛନ୍ତି l ରଙ୍ଗେଈଲୁଣ୍ଡା ନିମନ୍ତେ ବରିଷ୍ଠ ବିଜେପି ନେତା ତଥା ପ୍ରଦୀପ ସେନାର ସଭାପତି ଏନ. ଗଙ୍ଗାଧର ପାତ୍ର ଙ୍କୁ ଅବସ୍ଥାପିତ କରିଥିବା ବେଳେ ସେହିପରି ଗୋପାଳପୁର ଏନଏସି ରେ ଇ.ଲୋକନାଥ ଙ୍କୁ ଦାୟିତ୍ୱ ପ୍ରଧାନ କରିଛନ୍ତି l କୁକୁଡାଖଣ୍ଡି ପ୍ରତିନିଧି ଭାବେ ସନ୍ତୋଷ ଚୌଧୁରୀଙ୍କୁ ଦାୟିତ୍ୱ ପ୍ରଧାନ କରିଛନ୍ତି ସେ ପୂର୍ବରୁ ବିଧାୟକ ସ୍ବର୍ଗତ ସୂର୍ଯ୍ୟ ପାତ୍ର ପ୍ରତିନିଧି ଭାବେ ନିଜ ଦାୟିତ୍ୱ ସୁଚାରୁରୂପେ ସମ୍ପର୍ଣ୍ଣ କରିଛନ୍ତି l ଶ୍ରୀ ଚୌଧୁରୀ କହିଛନ୍ତି ସାଂସଦ ଶ୍ରୀ ପାଣିଗ୍ରାହୀ ତାଙ୍କ ଉପରେ ଅସ୍ଥା ପ୍ରକଟ କରି ବିଜେପି ସଙ୍ଘଟନ ସହ ବ୍ଲକ ର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଅଗ୍ରଗତି କରିବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି l ଏହି ଅବସରରେ ବ୍ରହ୍ମପୁର ସାଂସଦ ଶ୍ରୀ ପାଣିଗ୍ରାହୀ ଙ୍କୁ ନୂତନ ଭାବେ ପ୍ରତିନିଧି ଚୟନ ହୋଇଥିବା କର୍ମକର୍ତ୍ତା ମାନେ ସାଧୁବାଦ ଜଣାଇଛନ୍ତି