ବଜ୍ରପାତରୁ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

ବୁଗୁଡା(ସୋରେନ କୁମାର ପ୍ରଧାନ):-

ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ଆନୁକୂଲ୍ୟରେ ମାଣିତରା ଗ୍ରାମର ୩ ନମ୍ବର ଅଙ୍ଗନୱାଡି କେନ୍ଦ୍ରରେ ବଜ୍ରପାତରୁ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ଗଞ୍ଜାମ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୁଗୁଡା ସିଡିପିଓ ବବିତା କୁମାରୀ ପଣ୍ଡା ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସରକାରୀ ଚିକିତ୍ସାଳୟର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ଅନିଲ କୁମାର ମହାରଣା, ମାଣିତରା ପଞ୍ଚାୟତ ସରପଞ୍ଚ ପ୍ରକାଶ ଚନ୍ଦ୍ର ବେହେରା, ସମିତି ମେମ୍ବର ଜୟଦେବ ପ୍ରଧାନ ଏବଂ ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରତିମା ସ୍ୱାଇଁ ଓ କୃଷ୍ଣପ୍ରିୟା ପଣ୍ଡା ଯୋଗଦେଇଥିଲେ। ଅତିଥି ବୃନ୍ଦ ଓ ସିଡିପିଓ ବଜ୍ରପାତରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଦିଗ ବିଷୟରେ ଆଲୋଚନାକରି ନିଜେ ସଚେତନ ରହିବା ସହ ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଦୁଇ ଜଣ ସୁପରଭାଇଜର , ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ବୃନ୍ଦ ଯୋଗଦେଇଥିଲେ। ଶେଷରେ ଏକ ସଚେତନତା ରାଲି ବାହାରି ଜନସାଧାରଣଙ୍କୁ ସଚେତନ କରାଯାଇଥିଲା

You might also like
error: Content is protected !!