ସ୍ତ୍ରୀ ର ଚରିତ୍ର କୁ ସନ୍ଦେହ କରି ନିଜ ସ୍ତ୍ରୀ ର ହତ୍ୟା କଲା ସ୍ୱାମି

ଗଜପତି,(ମନୋଜ ପାଢୀ):-

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ଗ୍ରାମ ପଞ୍ଚାୟତ ଗାଇବା ଓଡ଼ିଆ ସାହିରେ ଏକ

ଅଭାବନୀୟ ଘଟଣା ଘଟିଛି ସ୍ତ୍ରୀ ଉପରେ ସନ୍ଧେହ କରି ସ୍ୱାମୀ ରାତି 3. 30 ମିନିଟ ସମୟରେ ନିଜ ସ୍ତ୍ରୀ ର ମୁଣ୍ଡରେ ପଥର ଛେଚି ହତ୍ୟା କରି ଫେରାର ହେଇଛନ୍ତି ସ୍ୱାମୀ. ଘଟଣା ସ୍ତଳ ରେ ସେରଙ୍ଗ ଥାନା ଅଧିକାରୀ ପ୍ରମଦ ଖଣ୍ଡୁଆଳ ଓ ଗାଇବା ଫାଣ୍ଡି ର ଓଆଇସି ରାମ କୃଷ୍ଣ ଦାସ ଗୁମ୍ମା ଫାଣ୍ଡି ଏସଆଇ କେଦାର ପଣ୍ଡା ଘଟଣା ସ୍ଥଳ ରେ ପହଞ୍ଚି ତଦାରଖ ଜାରି ରଖିଛନ୍ତି. ସୂଚନା ଅନୁଯାଇ ଜି. ମଣିକ (ବୟସ 26) 2019 ମସିହାରେ ନରେନ୍ଦ୍ର ପାଇକ ବୟସ 31 (ଗ୍ରାମ କେରେଡ଼ଙ୍ଗ ) ଙ୍କୁ ପ୍ରେମ କରି ଲୁଚିକି ବାହା ହେଇଥିଲେ ଝିୟ ଘର ପରିବାର ତେଲୁଗୁ, ପୁଅ ଘର ଓଡ଼ିଆ, ଉଭୟ ପରିବାର ର ସହମତ ରେ ପୁଅ ଝିୟ ଗାଇବା ଗ୍ରାମରେ ଏକ କିରାଣୀ ଦକାନ କରି ଶଶୁର ଘରେ ରହୁଥିଲେ ତାଙ୍କର ଏକ କୁନି ଝିୟ ଟିଏ ନିକିତା ପାଇକ ବୟସ 5 କିଛି ବର୍ଷ ପରେ ନରେନ୍ଦ୍ର ପାଇକ ହାଇଦ୍ରାବାଦ କମ୍ପାନୀ ରେ କାମ କରିବା ପାଇଁ ମନ ସ୍ଥିର କଲା ସ୍ୱାମୀ ସ୍ତ୍ରୀ ଙ୍କ ସହମତି ରେ ହାଇଦ୍ରାବାଦ ଗଲା ବର୍ଷ ଦୁଇ ବର୍ଷ ଭିତରେ ସେ ଯିବା ଆସିବା କରୁଥିଲା କିନ୍ତୁ ଆକସ୍ମିକ ତା ମନରେ ସ୍ତ୍ରୀ ଉପରେ ସନ୍ଦେହ ଜାତ ହେଲା ସେହି ସନ୍ଧେହ ଜୋର ଧରିଲା ଉଭୟ ପରିବାର ମଧ୍ୟରେ ଟିକେ ବିବାଦନୁବାଦ ହେଲା କିନ୍ତୁ ସ୍ୱାମୀ ନରେନ୍ଦ୍ର ପାଇକ ନିଜ ସ୍ତ୍ରୀ ମୋନିକା ପାଇକ ଙ୍କୁ ନିଜ ଗ୍ରାମ କେରେଡାଙ୍ଗ ଠାକୁରାଣୀ ପର୍ବ ପାଇଁ ନେଲେ ତିନି ଚାରି ଦିନ ପରେ ପୁଣି ଗାଇବା ଗ୍ରାମକୁ ଫେରି ଆସିଲେ ନରେନ୍ଦ୍ର ପାଇକ ଙ୍କ ମନରେ ସନ୍ଦେହ ବଡ଼ି ଯାଇଥିଲା ନିଜ ସ୍ତ୍ରୀ କୁ ପ୍ରାଣରେ ମାରିବା ପାଇଁ ସୁଯଗ ର ଅପେକ୍ଷା ରେ ଥିଲା ଶାଶୁମା ନାଳକୁ ଯିବାର ଦେଖି ମୋନିକା ମୁଣ୍ଡରେ ବିରି ରବିବା ପଥରରେ ଛେଚିଲେ ରାତି 3.30 ମିନିଟ ରେ ନିଜ ସ୍ତ୍ରୀ କୁ ପ୍ରାଣରେ ମାରି ଦେଇ ଗଳା ରେ ଥିବା ଦୁଇ ତୁଳା ର ସୁନା ନେଇ ଦୌଡ଼ି ଦୌଡ଼ି ଯିବା ସମୟରେ ଶାଶୁମା ଗ୍ରାମ ନିକଟରେ ଥିବା ନାଳରୁ ସ୍ନାନ କରି ଫେରିବା ସମୟରେ ନରେନ୍ଦ୍ର ପାଇକ ଦୌଡ଼ି ଦୌଡ଼ି ଯିବାର ଦେଖି ସେ ଆଶ୍ଚଯ୍ୟ ହେଇ ଜି. ସରଜିନି ଘରେ ପହଞ୍ଚି ଦେଖିବା ମାତ୍ରେ ଝିୟ ରକ୍ତାକ୍ତ ହୋଇ ପଡ଼ିଛି ମା ପାଟିକରି ସାହି ପଡିଶା ଡାକିବା ମାତ୍ରେ ଝିୟ ମୋନିକା ଜୀବନ ଚାଲି ଯାଇଛି । . ଘଟଣା ସମ୍ପର୍କେ ସାଇଣ୍ଟିପିକ ଟିମ ପହଁଚି ତଦନ୍ତ ଜାରି ରଖିଛନ୍ତି ସେରଙ୍ଗ ଆଇ ଆଇ ସି ପ୍ରମଦ ଖଣ୍ଡୁଆଳ 38/25 ମାମଲା ରୁଜୁ କରି ମୃତ୍ୟୁ ଶରୀରକୁ ବ୍ୟବଛେଦ ପାଇଁ ପାରଳାକେମୁଣ୍ଡି ମୁଖ୍ୟ ଚିକିତ୍ସାଲୟକୁ ପଠାଇଛନ୍ତି।

You might also like
error: Content is protected !!