କୁକୁଡାଖଣ୍ଡି,ଇ,ରଞ୍ଜନ
କୁକୁଡାଖଣ୍ଡି ଦକ୍ଷିଣ ଓଡିଶା ର ଏକ ମାତ୍ର କବିରାଜ ଅନନ୍ତତ୍ରିପାଠୀ ଶର୍ମା ଆୟୁର୍ବେଦିକ ମହାବିଦ୍ୟାଳୟ ଓ଼ ଚିକିତ୍ସାଲୟ ରେ ଚାଲିଥିବା ଛାତ୍ର ଅଶାନ୍ତି ନେଇ ମହାବିଦ୍ୟାଳୟ ରେ ପହଂଚି ତଦନ୍ତ କରିଛନ୍ତି ସିଡ଼ିଏମଓ ଭବାନୀ ଶଙ୍କର ମିଶ୍ର, କୁକୁଡାଖଣ୍ଡି ତହସିଲଦାର ରାଜକିଶୋର ପଟ୍ଟନାୟକ। ମହାବିଦ୍ୟାଳୟ ଅଧକ୍ଷ,ଛାତ୍ର ଛାତ୍ରୀ ଓ଼ କିଛି ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ପଚରା ଉଚୁରା କରିଥିଲେ ଏବଂ ତଦନ୍ତ ରିପୋର୍ଟ ଜିଲ୍ଲପାଳ ଙ୍କୁ ହସ୍ତାନ୍ତର କରିବେ।ମହାବିଦ୍ୟାଳୟ ରେ କିଛି ଦିନଧରି କିଛି ଅଧ୍ୟାପକ ଓ଼ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଦେଖାଦେଇଛି ଶୀତଳ ଯୁଦ୍ଧ। ଝାକୁ ନେଇ ମହାବିଦ୍ୟାଳୟ ରେ ପାଠ ପଢା ବାଧାପ୍ରାପ୍ତ ହୋଇଛି। ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟ ର ପ୍ରିନସିପାଲ ଓ଼ ଦୁଇ ଅଧ୍ୟାପକ ଙ୍କ ବିରୋଧରେ ମାନସିକ ନିର୍ଯାତନା ଦେଉଛନ୍ତି ଏବଂ ସେମାନଂକୁ ସ୍ଥାନାନ୍ତର କରିବା କୁ ରାଜ୍ୟ ଆୟୁଷ ନିର୍ଦେଶକ ଙ୍କ ନିକଟରେ ଅଭିଯୋଗ କରିଥିଲେ। କିଛି ସୁଫଳ ନ ମିଳିବାରୁ ମଙ୍ଗଳବାର ମହାବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଛନ୍ତି। ଇତି ମଧ୍ୟରେ ମହାବିଦ୍ୟାଳୟ ର ଏକାଡେମୀକ ଦାୟିତ୍ୱ ରେ ଥିବା ଜଣେ ଅଧ୍ୟାପିକା ଉକ୍ତ ଦାୟିତ୍ୱ ରୁ ଓହରିଯାଇଥିବା ବେଳେ ଛାତ୍ର ସାଂସଦ ର ସମସ୍ତେ କର୍ମକର୍ତ୍ତା ନିଜ ପଦବୀ ରୁ ଇସ୍ତଫା ଦେଇଥିବା ବେଳେ ଛାତ୍ର ସଂସଦ ମଧ୍ୟ ରଦ୍ଧ ହୋଇଥିବା ଜଣାପଡିଛି। ଏହିପରି ସ୍ଥିତି ରେ ଅନ୍ୟ ଛାତ୍ର ଛାତ୍ରୀ ମାନେ ନିଜ ଭବିଷ୍ୟତ କୁ ନେଇ ଚିନ୍ତା ରେ। ପ୍ରମୁଖତଃ ଏହି ମହାବିଦ୍ୟାଳୟ ରେ ଜିଲ୍ଲା ବାହାରୁ ଅଧିକାଂଶ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି।ଏନେଇ ମହାବିଦ୍ୟାଳୟ ଅଧକ୍ଷ ଆଲୋଚନା ମାଧ୍ୟମରେ ସମାଧାନ ବାଟ ବାହାର ହେବା ନେଇ ଆଲୋଚନା କରିଛୁ କିନ୍ତୁ ଛାତ୍ର ଛାତ୍ରୀ ମାନେ ଶୁଣିବାକୁ ନାରାଜ ଏବଂ ଏନେଇ ଗଞ୍ଜାମ ଜିଲ୍ଲପାଳ ଓ଼ ଆୟୁଷ ଡାଇରେକ୍ଟର ଙ୍କୁ ଅବଗତ କରାଯାଇଛି। ଛାତ୍ର ଛାତ୍ରୀ ମାନେ ବହୁତ ଭଲ ଉପସ୍ଥାନ କମ ନରଖି ସଠିକ ସମୟରେ ଶିକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ଆଗାମୀ ଭବିଷ୍ୟତ କିପରି ଗଡିବା ଏବଂ ସେମାନେ ଧାରଣା ନକରି ସମାଧାନ କରି ମହାବିଦ୍ୟାଳୟ ଉନ୍ନତି ପାଇଁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ମହାବିଦ୍ୟାଳୟ ଅଧକ୍ଷ ବିପିନ ବିହାରୀ ଖୁଣ୍ଟିଆ।