ଛତ୍ରପୁର,(ବିଚିତ୍ର ସାହୁ):-
ଛତ୍ରପୁର ବ୍ଳକ ଅନ୍ତର୍ଗତକେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ଶିବ ବିବାହ ଓ ଶୀତଳ ଷଷ୍ଠୀ ଉପଲକ୍ଷେ ଆୟୋଜିତ ଯାତ୍ରା ପରିଦର୍ଶନରେ ଛତ୍ରପୁର ମାନ୍ୟବର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ଯଅତିଥି ରୂପେ ଯୋଗଦେଇ ମହାପ୍ରଭୁ ଚନ୍ଦ୍ରଶେଖରଙ୍କ ଆଶୀଷ ଭିକ୍ଷା କରିଛନ୍ତି।ଯାତ୍ରା ଉପଲକ୍ଷେ ଗ୍ରାମରେ ଆୟୋଜିତ ଟିକରପଡାର ରାମାୟଣ ନାଟକ ପରିବେଷଣକୁ ବିଧାୟକ ଉଦ୍ଘାଟନ କରି ସନାତନ ଧର୍ମ ଓ ସଂସ୍କୃତି ରକ୍ଷା କରିବାରେ ଗ୍ରାମବାସୀଙ୍କର ସଫଳ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ। ଆୟୋଜିତ ସଭାରେ ଶିବ ମନ୍ଦିର ମୁଖ୍ଯ ଟ୍ରଷ୍ଟି ଅମରେଶ୍ବର ସାହୁଙ୍କ ଅଧ୍ୟକ୍ଷତାରେ ପରିଚାଳିତ ସଭାରେ ସମ୍ମାନିତ ଅତିଥି ରୂପେ ଟାଙ୍ଗଣାପଲ୍ଲୀ ସରପଞ୍ଚ ବି.ସୁଦାମ ଓ ସମିତି ସଭ୍ଯା ମୀନା କୁମାରୀ ସାହୁ ଯୋଗଦେଇ ଅନୁଷ୍ଠାନର ପ୍ରଚେଷ୍ଟାକୁ ସାଧୁବାଦ ଜଣାଇ ଥିଲେ।ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୁ ମହାରଣା ବକ୍ତା ରୂପେ ଯୋଗଦେଇ ରାମାୟଣରେ ସମସ୍ତ ଚରିତ୍ର ଭୋଗତ୍ଯାଗ ଓ ମୋହତ୍ଯାଗ ଉପରେ ବକ୍ତବ୍ଯ ରଖିଥିଲେ।ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା,ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ, ସଂପାଦକ ଗଗନ ବିହାରୀ.ସାହୁ, ଯୁବ ସମାଜ ସେବୀ ସମ୍ପଦ ନାହାକ,ଯୁବ ନେତା ବିକ୍ରମ ପାଣିଗ୍ରାହୀ,ସନ୍ତୋଷ କୁମାର ପ୍ରଧାନ, ଦୁର୍ଯ୍ଯୋଧନ ପ୍ରଧାନ ପ୍ରମୁଖ ଯୋଗଦେଇ ଗ୍ରାମ ବାସୀ ଶତାଧିକ ବର୍ଷର ସଂସ୍କୃତି ବଜାୟ ରଖିଥିବା ଯୋଗୁଁ ପ୍ରଶଂସା କରିଥିଲେ।ଅବସରପ୍ରାପ୍ତ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ମଞ୍ଚ ସଂଯୋଜନା କରିଥିଲେ