ଶୁଣିଲେନି ପ୍ରଶାସନ! ଗ୍ରାମବାସିଙ୍କ ସମଦାନରେ ନଦୀ ଉପରେ ରାମସେତୁ ନିର୍ମାଣ କରି, ନିଜ ଦୁଃଖ ଜଣାଇଲେ ଗ୍ରାମବାସୀ 

ଆର,ଉଦୟଗିରି(ମନୋଜ ପାଢୀ):-

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତର କୁମୁଳୁସିଂ ଓ ଜାରପେଟା ଗ୍ରାମବାସୀ ଏଥିପାଇଁ ଏତେ ଆଶ୍ଚର୍ଯ୍ୟ ହୋଇ ପଡିବେ ଯେ ଏଯୁଗରେ ମଧ୍ୟ ସେମାନେ ନିଜ ପଞ୍ଚାୟତକୁ ସଂଯୋଗ କରିଥିବା ଭଲ ରାସ୍ତା ରହିନାହିଁ। ଓସାରିଆ ପାହାଡିଆ ନଦୀ ରାସ୍ତା ଉପରେ, ଯାହା ଦେଖି ସରକାର ଓ ପ୍ରଶାସନ ପାଖରେ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ।

ପରିଶ୍ରମ କରି ଏବେ ଦୁଇ ଗ୍ରାମର ଲୋକେ ନିଜ ହାତରେ ରାମସେତୁ ବନାଇବା ପାଇଁ ଲାଗି ପଡ଼ିଛନ୍ତି। ଗ୍ରାମବାସୀ ନିଜ ଟଙ୍କା ସଂଚୟ କରି ଜେସିବି ଓ ଟ୍ରାକ୍ଟର ଭାଡା କରି ନଦୀ ଉପରେ ରାସ୍ତା ତିଆରି କରୁଛନ୍ତି। ଶ୍ରମଦାନ କରି ପଥର ପକାଇ ବନ୍ଦ ଥିବା ଗାଁକୁ ଅନ୍ୟ ପଞ୍ଚାୟତ ସହିତ ଯୋଡ଼ିବାକୁ ସଂଘଠିତ ଉଦ୍ୟମ କରୁଛନ୍ତି।

ଗ୍ରାମବାସୀ ମାନେ ମଧ୍ୟ କହିଛନ୍ତି, “ଆମେ ବାରମ୍ବାର ଅଭିଯୋଗ କରିଛୁ ମାତ୍ର ବବ୍ଲ ଓ ଜିଲା ପ୍ରଶାସନ ଆମ କଥା ସୁଣିଲେ ନାହିଁ । ସରକାରଙ୍କ ମାଲମାଲ ଯୋଜନା ଆସୁଛି, କିନ୍ତୁ ଗରିବ ଆଦିବାସୀଙ୍କୁ ସେଥିରେ ଅନ୍ତର୍ଭୁକ୍ତ କରାଯାଉନାହିଁ। ସରକାରୀ ଅଧିକାରୀ ମାନେ ଆମ ଅବସ୍ଥାକୁ ଅବହେଳା କରୁଛନ୍ତି।”

ଏହି ଦୃଢ଼ ପଦକ୍ଷେପ ଦେଖି ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କେତେଦିନ ଚୁପ ରହିପାରିବେ, ସେଥି ପ୍ରଶ୍ନ। ଗ୍ରାମବାସୀଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ଅନ୍ୟ ଅବହେଳିତ ଅଞ୍ଚଳ ପାଇଁ ଏକ ଉଦାହାଣ ହୋଇପାରେ ।

You might also like
error: Content is protected !!