ନୀଳମାଧଵ ମନ୍ଦିର ବାହାର ପରିସରରେ ସାଧୁଙ୍କ ମୃତ୍ୟୁ : ନୀତିରେ ବିଳମ୍ବ

ନୟାଗଡ,(ପ୍ରଭାକର ଶିରୋମଣି):-

କଣ୍ଟିଲୋ ୨ l ୬ ଦୀର୍ଘ ଦିନ ହେଲା କଣ୍ଟିଲୋ ମନ୍ଦିର ବେଢା ବାହାରେ ରହି ଆସୁଥିବା ଜନୈକ ସାଧୁ ଗୋବର୍ଦ୍ଧନ ଖଟୁଆଙ୍କୁ ଆଜି ସୋମବାର ସକାଳେ ମନ୍ଦିର ଗୁମ୍ଫା ବାହାରେ ମୃତ ଅବସ୍ଥାରେ ପଡି ରହିଥିବା ଦେଖା ଯାଇଥିଲା l ଖବର ପାଇ କଣ୍ଟିଲୋ ଫାଣ୍ଡି ଅଧିକାରୀ ସ୍ୱାଗତ କୁମାର ଦାସ ଘଟଣା ସ୍ଥଳରେ ପହଁଞ୍ଚି ଅନୁସନ୍ଧାନ କରିଥିଲେ l 

             ଖବରରୁ ପ୍ରକାଶ ଯେ ମୃତ ବ୍ୟକ୍ତିଙ୍କ ବାସ ସ୍ଥାନ କଟକ ଜିଲ୍ଲା ବଡମ୍ବା ଥାନା ଗୋପୀନାଥପୁର ଗ୍ରାମରେ l ସେ ଦୀର୍ଘ ବର୍ଷ ଧରି କୌଣସି କାରଣରୁ ଘରୁ ଚାଲି ଆସି ନୀଳମାଧଵ ମନ୍ଦିର.ପରିସର ବାହାରେ ଥିବା ପଞ୍ଚାୟତ  ଆସନ ଗୁମ୍ଫାର ଗୋଟିଏ ବଖରାରେ ରହି ସନ୍ୟାସ ଜୀବନ ଯାପନ କରି ଠାକୁରଙ୍କ ପ୍ରସାଦ ସେବନ କରିବା ସହିତ ଦାନ ଦକ୍ଷିଣା ରେ ଜୀବିକା ନିର୍ବାହ କରୁଥିଲେ l କିଛିଦିନ ତଳେ ସେ ଅସୁସ୍ଥ ହୋଇ ପଡିବାରୁ ସେବାୟତ ମାନଙ୍କ ସହଯୋଗ କ୍ରମେ ଆମ୍ବୁଲାନ୍ସ ଯୋଗେ ଖଣ୍ଡପଡା ମେଡିକାଲ କୁ ପଠାଇ ଦିଆଯାଇଥିଲା କିନ୍ତୁ ଏହି ଅସମୟରେ ପାଖରେ କେହି ନିଜ ଲୋକ ନଥିବାରୁ ଘରକୁ ଚାଲି ଯିବାପାଇଁ ସେବାୟତ ଭାଇନା ମାନେ ବୁଝା ସୁଝା କରିଥିଲେ ସୁଦ୍ଧା କିଛି ଫଳ ହୋଇନଥିଲା l 

             ସୂଚନା ଯୋଗ୍ୟ ମୃତ୍ୟୁ ଖବର ତାଙ୍କ ପରିବାରଙ୍କୁ ଆଜି ଜଣାଇ ଦିଆ ଯାଇଥିଲେ ମଧ୍ୟ କେହି ଆସିନଥିଲେ l ନିକଟ ସମ୍ପର୍କୀୟ ଲୋକଙ୍କ ଉପସ୍ଥିତିରେ ସ୍ଥାନୀୟ ଫାଣ୍ଡି ପୁଲିସ ଅଧିକାରୀ ଶ୍ରୀ ଦାସ ଏକ ଅପମୃତ୍ୟୁ ମୋକଦ୍ଦମା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ସହକାରୀ ଅଧିକାରୀ ମନୋରଞ୍ଜନ ପଣ୍ଡା ଙ୍କ ହେପାଜତ ରେ ଖଣ୍ଡପଡା ମେଡିକାଲକୁ ପଠାଇ ଦେଇଥିଲେ ଓ ବ୍ୟବଚ୍ଛେଦ ପରେ ସମ୍ପର୍କୀୟ ମାନଙ୍କୁ ହସ୍ଥାନ୍ତର କରାଯାଇଥିବା ଜଣାପଡିଛି l

               ଅପର ପକ୍ଷରେ ଭୋର ସମୟରେ. ଶ୍ରୀ ନୀଳମାଧଵ ଜୀଉଙ୍କ ମଙ୍ଗଳ ଆଳତୀ ହୋଇସାରିବାପରେ ମୃତ୍ୟୁ ସମ୍ବାଦ ଜଣା ପଡିବାରୁ ଠାକୁର ଙ୍କ ନୀତି କାନ୍ତି ବନ୍ଦ ରହିଥିଲା ଓ ଶବ ସ୍ଥାନାନ୍ତର ହେବା ପରେ ପ୍ରାୟ ସାଢେ ୧୨ ଟା ପରେ ମହାସ୍ନାନ ନୀତି ସମ୍ପନ୍ନ ହୋଇ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା 

You might also like
error: Content is protected !!