ମହେନ୍ଦ୍ରଗଡ ଠାରେ ଥିବା ଛେଳିଗଡ ଜଳ ସେଚନ ବିଭାଗ କଲୋନୀ ରେ ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କ ଦବଙ୍ଗଗିରି କଲୋନୀ ଭିତରେ ଜବରଦସ୍ତ ପଶି ଅଧିକାରୀଙ୍କ ଅଜାଣତରେ ପାଣି ଓ ଆଲୁଅ ସଂଯୋଗ ବିଚ୍ଛିନ୍ନ କଲେ ।

ଆର,ଉଦୟଗିରି(ମନୋଜ ପାଢୀ):-

ଗଜପତି ଜିଲ୍ଲା ଅନ୍ତର୍ଗତ ଛେଳିଗଡ ଜଳ ସେଚନ ବିଭାଗ କାର୍ଯ୍ୟାଳୟ ଏବଂ କର୍ମଚାରୀ ଙ୍କ ନିମନ୍ତେ ବାସ ଗୃହ ଥିବା କଲୋନୀ ରେ ବିଦ୍ୟୁତ ବିଭାଗ କର୍ମଚାରୀ ବିଭାଗୀୟ ଅଧିକାରୀ ଙ୍କ ଅଜାଣତରେ ଜବରଦସ୍ତ ପଶି ପାଣି ଓ ଆଲୁଅ ସଂଯୋଗ ବିଚ୍ଛିନ୍ନ କରିଥିଲେ। ଏହାକୁ କର୍ମଚାରୀ ଦେଖି ମୁଖ୍ୟ ଫାଟକ ବନ୍ଦ କରିବାରୁ ବିଦ୍ୟୁତ୍ ବିଭାଗ କର୍ମଚାରୀ ବାଧ୍ୟ ହୋଇ ପାନୀୟ ଜଳ ସଂଯୋଗ ଦେଇଥିବା ବେଳେ ଆଉ କେତକ ସଂଯୋଗ ଦେଇନଥିବା ଖବର ମିଳିଛି। ଜଳ ସେଚନ ବିଭାଗ ବିଦ୍ୟୁତ୍ ବିଭାଗ ରେ ଅର୍ଥ ଜମା ଦେଇଥିଲେ ମଧ୍ୟ କେଉଁ ନିର୍ଦ୍ଦେଶ ବଳରେ ସଂଯୋଗ ବିଚ୍ଛିନ୍ନ କଲେ ତାହା ବର୍ତ୍ତମାନ ଆଲୋଚନା ହେଉଛି। ଖବର ଲେଖା ହେବା ବେଳ ପର୍ଯ୍ୟନ୍ତ ଆଲୁଅ ସଂଯୋଗ ଦେଇନଥିବା ଖବର ମିଳିଛି। ସ୍ଥାନୀୟ ଜଳ ସେଚନ କର୍ମଚାରୀ ଆଲୁଅ ସଂଯୋଗ କୁ ଚାହିଁ ରହିଥିବା ଜଣାପଡ଼ିଛି। ବିଦ୍ୟୁତ୍ ବିଭାଗ ର ଅନ୍ୟ କମ୍ପାନୀ ମାନେ କୋଟି କୋଟି ଟଙ୍କା ବକେୟା ରଖିଥିବା ବେଳେ ଜଳ ସେଚନ ବିଭାଗ କୌଣସି ବକେୟା ରଖି ନ ଥିଲେ ମଧ୍ୟ କାହିଁକି ବିଦ୍ୟୁତ୍ ବିଚ୍ଛିନ୍ନ କଲେ ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିଛି

You might also like
error: Content is protected !!