ନୟାଗଡ,(ପ୍ରଭାକର ଶିରୋମଣି):-
ଖଣ୍ଡପଡା ବ୍ଳକ ଅନ୍ତର୍ଗତ ବେଣା ଗାଡ଼ିଆ ସ୍ଥିତ ” ଚେରେଇ ମୂଳ ” ପଡିଆ ଠାରେ ସୁଭଦ୍ରା ଙ୍କ ୧୦ମ ବାର୍ଷିକ ଦାରୁ ଛେଦନ ମହା ଯଜ୍ଞ ଆଜି ଗୁରୁବାର ସମାରୋହ ରେ ସମାପିତ ହୋଇଯାଇଛି l ଏହି ଉପଲକ୍ଷେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ମହା ଯଜ୍ଞରେ ପୂର୍ଣ୍ଣାହୁତି ଅର୍ପଣ କରିଥିଲେ l ଯଜ୍ଞ ର ମୁଖ୍ୟ ପୁରୋଧା ଭାବେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଓ ସହଧର୍ମିଣୀ ନୈସର୍ଗିକା (ଲକି ) ଯୋଗ ଦେଇଥିଲେ l
ସୂଚନା ଯୋଗ୍ୟ ଏହିଯେ,. ଶ୍ରୀକ୍ଷେତ୍ର ରେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମା ‘ ସୁଭଦ୍ରା ଙ୍କ ଗତ ୨୦୧୫ ମସିହାରେ ହୋଇଥିବା ନବକଳେବର ସମୟରେ କଣ୍ଟିଲୋ ନୀଳମାଧବ ମନ୍ଦିର ରେ ପାର୍ଶ୍ୱ ଦେବତା ରୂପେ ପୂଜା ପାଉଥିବା ବିଗ୍ରହ ମାନଙ୍କ ପାଇଁ ନିମ୍ବ ବୃକ୍ଷ ଅନୁସନ୍ଧାନ ସମୟରେ ନିକଟସ୍ଥ ବେଣା ଗାଡ଼ିଆ ଠାରେ ବୃକ୍ଷର ସନ୍ଧାନ ମିଳିବା ପରେ ଦୁଷ୍ମନ୍ତଙ୍କ ପିତା ସ୍ବର୍ଗତ ମହେନ୍ଦ୍ର କୁମାର ସ୍ୱାଇଁ ଙ୍କ ତତ୍ୱାବଧାନରେ ମହା ଆଡମ୍ବର ସଂକୀର୍ତ୍ତନ ଘଣ୍ଟ ଘଣ୍ଟା ଓ ବିଭିନ୍ନ ବାଦ୍ୟ ରୋଶଣୀ ମାଧ୍ୟମରେ କଣ୍ଟିଲୋ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୫ କି ମି ରାସ୍ତା ଶୋଭା ଯାତ୍ରା ରେ ଆସିଥିଲେ l ବେଣା ଗାଡିଆରୁ ଆସିଥିବା ସେହି ଦାରୁରେ ସୁଭଦ୍ରl ଙ୍କ ବିଗ୍ରହ ନିର୍ମାଣ କରାଯାଇଥିଲା ବେଳେ ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନିକଟସ୍ଥ ବଳରାମ ପ୍ରସାଦ ଗ୍ରାମରୁ ଶ୍ରୀ ଜଗନ୍ନାଥ ଙ୍କ ଦାରୁ ଓ ଟିକିରି ପଡାରୁ ବଳଭଦ୍ର ଦାରୁ ଓ ବିଜିପୁର ଗ୍ରାମରୁ ସୁଦର୍ଶନ ଦାରୁଙ୍କୁ ଶୋଭା ଯାତ୍ରାରେ ଅଣାଯାଇଥିଲା l ସେହି ଦିନଠାରୁ ଏହି ପବିତ୍ର ଦିବସରେ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି l
ଉଲ୍ଲେଖ ଯୋଗ୍ୟ, ଏହି ମହାଯଜ୍ଞ ଅବସରରେ ବୁଧବାର ଅଧିବାସ, ଅଙ୍କୁରା ରୋପଣ, ପାଞ୍ଚ କିମି ଦୂରରେଥିବା ପୁଣ୍ୟ ତୋୟା ମହାନଦୀ ରୁ ଶତାଧିକ ମହିଳାଙ୍କ ଦ୍ୱାରା ଆସିଥିବା ପବିତ୍ର କଳସ ଜଳ ଶୋଭାଯାତ୍ରା ଅଣାଯାଇ ଯଜ୍ଞ କୁଣ୍ଡ ସମ୍ମୁଖରେ ସ୍ଥାନିତ କରାଯାଇ ପୁରୋହିତ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା l