ବଜ୍ରାଘାତରେ ସାତ ବର୍ଷର ପୁଅ ସମେତ ଚାରୋଟି ଛେଳି ମୃତ।

ଆର,ଉଦୟଗିରି,(ମନୋଜ ପାଢୀ):-

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସେରଙ୍ଗ ଥାନା ଅନ୍ତର୍ଗତ କୁମୁଡ଼ିଆ ଗ୍ରାମର ବାମ୍ବୁଡା ଗମାଙ୍ଗଙ୍କ ସାତ ବର୍ଷର ପୁଅ ଅମିତ ଗମାଙ୍ଗଙ୍କ ବଜ୍ରପାତରେ ଜୀବନ ଚାଲିଯାଇଥିବା ବେଳେ ନିକଟରେ ଥିବା ଚାରୋଟି ଛେଳି ମଧ୍ୟ ମରିଯାଇଥିବା ଜଣା ପଡିଛି। ଅମିତ ନିଜ ବାରିରେ ଥିବା ଗାଧୁଆ ଘରେ ଗାଧୋଇବାକୁ ଯିବା ବେଳେ ଅକସ୍ମାତ ବଜ୍ରପାତ ହୋଇଥିବା ସୂଚନା ମିଳିଛି। ପରିବାର ଲୋକେ ସଙ୍ଗେସଙ୍ଗେ ଅମିତକୁ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡ଼ଃ ଆଲୋକ କୁମାର ଶିଶୁକୁ ମୃତ ଘୋଷଣା କରିଛନ୍ତି। ସୂଚନା ପାଇ ସେରଙ୍ଗ ଥାନା ଏ ଏସ ଆଇ କ୍ଷେତ୍ରପାଳ ସିଂ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରି କେସ ନଂ ୬/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସାଳୟକୁ ପଠେଇଛନ୍ତି। ସରକାର ଉକ୍ତ ପରିବାରକୁ ସହାୟତା ରାଶି ଦେବା ସହ ବିଭାଗୀୟ ଅଧିକାରୀ ମାରିଥିବା ଚାରୋଟି ଛେଳିର ତଦନ୍ତ କରି କ୍ଷତି ପୂରଣ ଦେବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି ।

You might also like
error: Content is protected !!