ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ବରିଷ୍ଠ ସାମ୍ବାଦିକ ନରସିଂହ ସାହୁ ଦୁର୍ଘଟଣାରେ ଆହାତ ହୋଇଛନ୍ତି l ଗୋଡ଼ରେ ଅସ୍ତ୍ରୋପଚାର ହୋଇଛି l ଖବର ଶୁଣି ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୋସାଇଁନୂଆଗାଁ ଶାସ୍ତ୍ରୀ ନଗର ସ୍ଥିତ ତାଙ୍କ ବାସଭବନକୁ ଯାଇଥିଲେ l ସାମ୍ବାଦିକ ଶ୍ରୀ ସାହୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ । ତାଙ୍କ ସହ ବରିଷ୍ଠ ଆଇନଜୀବୀ ପିତବାସ ପଣ୍ଡା,ଯୁବ ନେତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
