ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ବିଶ୍ରାମ ଦିବସରେ ମା ‘ ଙ୍କ ନିକଟରେ ମହିଳା ମାନେ ପାଳିଲେ ସାବିତ୍ରୀ ବ୍ରତ


ବାଲିଗୁଡା, ୨୬/୦୫ [ସୁକାନ୍ତ କୁମାର ତ୍ରିପାଠୀ] କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ସୋମବାର ୨୧ ଦିନରେ ପହଞ୍ଚି ଥିବା ବେଳେ ସାବିତ୍ରୀ ଅମାବାସ୍ୟା ଯୋଗୁଁ ମା ‘ମାନେ ଅସ୍ଥାୟୀ ମଣ୍ଡପ ରେ ବିଶ୍ରାମ ନେଉଛନ୍ତି l ଅସ୍ଥାୟୀ ପୀଠ ରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି l ବିଶେଷ କରି ଆଜି ମା ‘ ଙ୍କ ବିଶ୍ରାମ ଥିବାରୁ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଏବଂ ଦିନ ତମାମ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା l ସାବିତ୍ରୀ ଅମାବାସ୍ୟା ଅବସରରେ ଅଞ୍ଚଳର ଶତାଧିକ ମହିଳା ମାନେ ପ୍ରତ୍ୟୁଷ ରୁ ସ୍ନାନ ଆଦି କାର୍ଯ୍ୟ ସାରି ନୂଆ, ଶାଢୀ ସହ ବିଭିନ୍ନ ସୁହାଗ ଜିନିଷ ପରିଧାନ କରି ବିିଭିନ୍ନ ପ୍ରକାର ଭୋଗ, ଫୁଲ ଆଦି ପୂଜାଚ୍ଚର୍ନା ସହ ଜିନିଷ ନେଇ ଅସ୍ଥାୟୀ ମଣ୍ଡପ ରେ ମା ‘ମାନଙ୍କ ପୂଜା ଵିଧି ଶେଷ ପରେ ଏକତ୍ରିତ ଭାବେ ବ୍ରତ ପାଳନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ପୁରୋହିତ ଭାବେମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ବିଶ୍ରାମ ଦିବସରେ ମା ' ଙ୍କ ନିକଟରେ ମହିଳା ମାନେ ପାଳିଲେ ସାବିତ୍ରୀ ବ୍ରତ

ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ବିଶ୍ରାମ ଦିବସରେ ମା ' ଙ୍କ ନିକଟରେ ମହିଳା ମାନେ ପାଳିଲେ ସାବିତ୍ରୀ ବ୍ରତମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ବିଶ୍ରାମ ଦିବସରେ ମା ' ଙ୍କ ନିକଟରେ ମହିଳା ମାନେ ପାଳିଲେ ସାବିତ୍ରୀ ବ୍ରତ

ସଞ୍ଜୟ କୁମାର ଦାସ ଦାୟିତ୍ୱ ତୁଲାଉଥିବା ବେଳେ ମୁଖ୍ୟ ପ୍ରଚାରକ ଭାବେ ନୀଳକଣ୍ଠ ମିଶ୍ର, ମୁଖ୍ୟ ସେବାକାରୀ ଭାବେ ସନ୍ତୋଷ କୁମାର ଦାସ ଏବଂ ମୁଖ୍ୟ ସେବକ ଭାବେ ପ୍ରକାଶ ଚନ୍ଦ୍ର ପାଢ଼ୀ ଓ ଶ୍ରୀକାନ୍ତ କୁମାର ପଣ୍ଡା ଉପସ୍ଥିତ ରହି ବ୍ରତ କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା କରିଥିଲେ l ମଙ୍ଗଳବାର ଦିନ ମା’ କନକ ଦୁର୍ଗା ଙ୍କ ନିଜସ୍ୱ ସାହି ନୂଆସାହି କୁ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ଥିବା ବେଳେ ବୁଧବାର ଦିନ ମା’ପାଟଖଣ୍ଡା ନିଜସ୍ୱ ସାହି ପାଟଖଣ୍ଡା ସାହି କୁ ଆସୁଥିବା ଜଣାପଡିଛି l ଆଗାମୀ ଦିନରେ ହେବାକୁ ଥିବା ପ୍ରତ୍ୟେକ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଭକ୍ତଙ୍କୁ ବେଶ ଖୋରାକ ଯୋଗାଉଛି l ଏଥିରେ ଯାତ୍ରା କମିଟି ସହ ସମିତି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

Smart Computer Ad
You might also like
error: Content is protected !!