ଜିଲ୍ଲାସ୍ତରୀୟ ଲେବଲ ଭି ଏକ୍ସ କ୍ୟାଡ଼ର ଶିକ୍ଷକ ସଙ୍ଗଠନ ପୁନର୍ଗଠିତ

ଆର,ଉଦୟଗିରି,(ମନୋଜ ପାଢୀ):-

ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଲେବଲ ଭି ଏକ୍ସ କ୍ୟାଡ଼ର ଶିକ୍ଷକ ସଙ୍ଗଠନର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏକ୍ସ କ୍ୟାଡ଼ର ସଂଗଠନର ଏସ ଓ ପି ଓ ଗଜପତି ଜିଲ୍ଲାରେ ଏହାର କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇଥଲା। ଶେଷରେ ସର୍ବ ସମ୍ମତି କ୍ରମେ କର୍ମକର୍ତ୍ତା ମନୋନୟନ କରାଯାଇଥିଲା। ସଭାପତି ଭାବେ ଶ୍ରୀ ଅମୂଲ୍ୟ କୁମାର ପାତ୍ର, ସଂପାଦକ ଭାବେ ଶ୍ରୀ ଜିତେନ୍ଦ୍ର କୁମାର ପାଣି, କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀ ଦିବାକର ନାୟକ, ମହାସଚିବ ଭାବେ ଶ୍ରୀ ରଜନୀକାନ୍ତ ପାତ୍ର ପ୍ରମୁଖ ମନୋନୀତ ହୋଇଥିଲେ 

Smart Computer Ad
You might also like
error: Content is protected !!