ପୁରୁଷୋତ୍ତମପୁର ସହରରେ ବିଜେପି କାର୍ଯ୍ୟକର୍ତାଙ୍କର ସମାବେଶ ରେ ଶୁଣିଲେ ପ୍ରଧାନମନ୍ତ୍ରୀ ଙ୍କ “ମନକି ବାତ’ କାର୍ଯ୍ୟକ୍ରମ, 

ପୁରୁଷୋତ୍ତମ‌ପୁର,(ପ୍ରସନ୍ନ କୁମାର ଦାସ):-

ଆଜି ସକାକେ ପୁରୁଷୋତ୍ତମପୁରସହର ରେ ରେପ୍ରଧାନମନ୍ତ୍ରୀଙ୍କର ୧୨୨ତମ “ମନ କି ବାତ” କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକର୍ତାଙ୍କର ସମାବେଶ ଦେଖୁବାକୁ ମିଳିଥୁଲା । “ମନ କି ବାତ” ଏକ ରେଡିଓ କାର୍ୟକ୍ରମ ଏହା କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦ୍ବାରା ଆରମ୍ଭ କରାଯାଇଥିଲା । ଏହା ପ୍ରତି ମାସର ଶେଷ ରବିବାର ଦିନ ଅଲ ଇଣ୍ଡିଆ ରେଡିଓ ରେ ପ୍ରସାରିତ ହୁଏ । ସେଥିରେ ସେ ନିଜର ଭାବନା, ଦେଶର ବିକାଶ ଏବଂ ସାମାଜିକ, ରାଷ୍ଟ୍ରୀୟ ଓ ମାନବିକ ବିଷୟରେ କଥା ଭଲେଖ କରନ୍ତି ।ପ୍ରଧାନମନ୍ତ୍ରୀମୋଦୀ ସିଧାସଳଖ ଭାବରେ ତାଙ୍କର ଶ୍ରୋତାଙ୍କ ସହିତ ସଂଳାପ କରନ୍ତି | ସେମାନଙ୍କର ପ୍ରଶ୍ନ, ପ୍ରସ୍ତାବ ଓ ମତାମତ ସ୍ବୀକାର କରନ୍ତି।ଏହି କାର୍ୟକ୍ରମ ଲୋକଙ୍କୁ ପ୍ରେରଣା ଦିଏ, ଯେପରିକି ସଫଳତାର କାହାଣୀ, ଦେଶର ପ୍ରଗତି ଏବଂ ନୂତନ ପ୍ରୟାସମାନେ ନେଇ କଥା ହୁଏ।ପ୍ରଧାନମନ୍ତ୍ରୀ

ମୋଦୀ ସାମାଜିକ କାରଣ ଯେପରିକି ସଫେଇ, ମହିଳା ସଶକ୍ତିକରଣ, ଶିକ୍ଷା, ଓ ସ୍ବାସ୍ଥ୍ୟ ସହିତ ସମ୍ବନ୍ଧିତ ଆଲୋଚନା କରନ୍ତି । ଏହା ଏକ ଜନ ସଚେତନା କାର୍ଯ୍ୟକ୍ରମ | 

ଏହି କାର୍ୟକ୍ରମରେ ସେମାନେ ସେହି ବ୍ୟକ୍ତିଗତ ସଫଳତା ଓ କାମକୁ ପ୍ରଶଂସା କରନ୍ତି ଯେଉଁମାନେ ନିଜ ଗାଁ କିମ୍ବା ସହରରେ ଏକ ବଡ଼ ପରିବର୍ତ୍ତନ କରିଥିବା ପ୍ରୟାସ କରୁଛନ୍ତି । କେବେ କେବେ ଏହି କାର୍ୟକ୍ରମରେ ପ୍ରଧାନ ମନ୍ତ୍ରୀ ତାଙ୍କର ନୂତନ ନୀତିଗତ ଯୋଜନା ଓ ପ୍ରୟାସ ସମ୍ବନ୍ଧ ରେ ଜଣାଇଥାନ୍ତି, ଯାହା ଲୋକଙ୍କୁ ଏହା ପ୍ରତି ସଚେତନ କରାଯାଇଥାଏ।

ସର୍ବସାଧାରଣ ଲୋକଙ୍କ ସହିତ ସିଧା ସଂଳାପ, ସେମାନଙ୍କୁ ପ୍ରେରିତ କରିବା ଓ ତାଙ୍କର ଚିନ୍ତାଧାରା ଓ ଚିନ୍ନାବିଷୟ ଶୁଣିବା । “ମନ କି ବାତ” ପ୍ରଧାନମନ୍ତ୍ରୀ ମୋଦୀଙ୍କର ଭିଜନ ଓ ଲକ୍ଷ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରନ୍ତି।

ଆଜି ପୁରୁଷୋତ୍ତମପୁର ରେ ପ୍ରଧାନମନ୍ତ୍ରୀଙ୍କର “ମନ କି ବାତ” କାର୍ଯ୍ୟକ୍ରମରେ ବିଜେପି ଏମ ଏଲ ଏ ପ୍ରତିନିଧୂ ଶ୍ରୀ ସୁଦର୍ଶନ ବେହେରାଙ୍କର ନେତୃତ୍ବରେ ବିଜେପି ବହୁ କାର୍ଯ୍ୟକର୍ତାଙ୍କର ଉପସ୍ଥିତି ରହିଥ‌ିଲା । ସେମାନେ ହେଲେ କେ ରମେଶ ଦୋରା, ପ୍ରଶାନ୍ତ କୁମାର, ତପନ ନାୟକ, ଯୋଗୀନ୍ଦ୍ର ଗୌଡ, ଜିତେନ୍ଦ୍ର ଗୌଡ଼, କୃଷ୍ଣ ଚନ୍ଦ୍ର ନାୟକ, ବିନାୟକ ନାୟକ,ଅମିତ ମହାପାତ୍ର,ଅର୍ଜୁନ ଗୌଡ଼, ଭୀମ ଗୌଡ଼, ନେଲୁ ଗୌଡ଼, ବିଜୟ ଗୌଡ଼, ସୁଧୁରୁ ମହାଙ୍କୁଡ,ଚତୁର ଗୌଡ଼, ସନ୍ତୋଷ ବେହେରା, ନୀଳାଞ୍ଚଳ ପାଢୀ, ପୁର୍ଣ ପାତ୍ର, ଟୁକୁନା ବେହେରା, ତୁମ୍ବି ନାୟକ, ବିକାଶ ବେହେରା, ରବୀନ୍ଦ୍ର ନାୟକ,ସରୋଜ ପାଢୀ ଓ ଡ଼ି ଶ୍ୟାମ ବାବୁଦୋରା ପ୍ରମୁଖ ଉପସ୍ଥିତ ଥିଲେ

Smart Computer Ad
You might also like
error: Content is protected !!