ନୟାଗଡ (ପ୍ରଭାକର ଶିରୋମଣି)
କଣ୍ଟିଲୋ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଶ୍ରୀ ଜଗନ୍ନାଥ ଧାମ ର ଆଦିପୀଠ ନୀଳମାଧବ କ୍ଷେତ୍ରରେ ଦୀର୍ଘ ୮ ଵର୍ଷ ଧରି ବିନା ପରାମର୍ଶ ଦାତା କମିଟି ଓ ଏକ ବର୍ଷ ରୁ ଅଧିକ ସମୟ ହେଲା ମନ୍ଦିର ପରିଚାଳନା ପାଇଁ ମ୍ୟାନେଜର ନଥିବାରୁ ମନ୍ଦିର ରୀତିନୀତି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବିଭ୍ରାଟ ପରିଲକ୍ଷିତ ହେଉଛି l ସ୍ମରଣ ଯୋଗ୍ୟ ଯେ, ରାଜ୍ୟ ଦେବୋତ୍ତର କମିଶନରଙ୍କ ଦ୍ୱାରା କ୍ଷମତା ପ୍ରାପ୍ତ ପରାମର୍ଶ ଦାତା କମିଟି ଗଠନ କରାଯାଇ ନଥିବାରୁ ମନ୍ଦିର ମଧ୍ୟରେ ପ୍ରବଳ ଗହଳ ଚହଳ ସମୟରେ ବହୁ ତ୍ରୁଟି ପରିଲକ୍ଷିତ ହେଉଥିବା ଅଭିଯୋଗ ହେଉଥିଲାବେଳେ ହଠାତ କୌଣସି ପ୍ରତିକାର ହେଉନଥିବା ଜଣା ଯାଉଛି l
ସୂଚନା ଯୋଗ୍ୟ, କଣ୍ଟିଲୋ ନୀଳମାଧଵ ମନ୍ଦିର ସମସ୍ତ ପରିଚାଳନା ଦାୟିତ୍ୱ ଖଣ୍ଡପଡା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଖଣ୍ଡପଡା ତହସିଲଦାରଙ୍କ ତତ୍ୱାବଧାନରେ ସ୍ୱାଧୀନତା ର ଅବ୍ୟବହିତ ପୂର୍ବରୁ ରହି ଆସି ଥାଏ କିନ୍ତୁ ଖଣ୍ଡପଡା ତହସିଲଦାର ସମଗ୍ର ତହସିଲ ର ଦାୟିତ୍ୱ ଏକାକୀ ନିର୍ବାହ କରୁଥିବାରୁ ନୀଳମାଧଵ ମନ୍ଦିର ସେବାୟତଙ୍କ ସମସ୍ୟା ଓ ବିଭିନ୍ନ ଯାନିଯାତ୍ରା ସମୟରେ ଅତୀତରେ ନିର୍ଦ୍ଧାରିତ ସମୟରେ ଯୋଗ ଦେଇ ପାରୁ ନଥିବାରୁ କଣ୍ଟିଲୋ ମନ୍ଦିର ପରିଚାଳନା ପାଇଁ ରାଜ୍ୟ ଆଇନ ବିଭାଗ ହସ୍ତକ୍ଷେପ କରି କଣ୍ଟିଲୋ ମନ୍ଦିର ପାଇଁ ଏକ ସ୍ୱତନ୍ତ୍ର ମ୍ୟାନେଜର ପଦବୀ ସୃଷ୍ଟି କରି ୨୦୧୭ ମସିହାରେ ପରାମର୍ଶ କମିଟି ପରାମର୍ଶ କ୍ରମେ ହରିହର ଦାଶ ଙ୍କୁ ନିଯୁକ୍ତି ଦିଆଯିବା ସହିତ ତତ ସମ୍ବନ୍ଧୀୟ ସମସ୍ତ ନଥି ପତ୍ର କଣ୍ଟିଲୋ କୁ ଅଣାଯାଇଥିଲା ଓ ୨l ୩ବର୍ଷ କାମ କରିବା ପରେ କୌଣସି କାରଣରୁ ମ୍ୟାନେଜର ଇସ୍ତଫା ଦେଇ ଚାଲି ଯାଇଥିଲେ ହେଲେ ଏବେ ସୁଦ୍ଧା ସେ ସମ୍ପୂର୍ଣ୍ଣ ଦାୟିତ୍ୱ ହସ୍ତାନ୍ତର କରିନଥିବା ଶୁଣିବାକୁ ମିଳୁଛି l
ଅପର ପକ୍ଷରେ ଅତୀତରେ ଖଣ୍ଡପଡା ତହସିଲ କାର୍ଯ୍ୟାଳୟରେ ବଦଳି ଓ ନିଯୁକ୍ତି କ୍ଷେତ୍ରରେ ଅସ୍ଥିରତା ଦେଖା ଯାଇଥିବାରୁ ମାଘ ମାସରେ ଭୈମୀ ଏକାଦଶୀ ମେଳାରେ ବ୍ୟତିକ୍ରମ ଦେଖା ଯାଇଥିଲା ଓ ଗତ ଚନ୍ଦନ ଉତ୍ସବ ଅବସରରେ ଦେବୋତ୍ତର କାର୍ଯ୍ୟ ନିର୍
