ଅପେରସନ ସିନ୍ଦୁରର ବିଜୟ ଯାତ୍ରା ରେ ଯୋଗ ଦେଲେ ପରିବହନ ମନ୍ତ୍ରୀ l

କୁକୁଡାଖଣ୍ଡି,(ଇ.ରଞ୍ଜନ):- କୁକୁଡାଖଣ୍ଡି ଭାରତର ଜମ୍ମୁ କଶ୍ମୀରର ପେହେଲଗାଁଓରେ ପାକିସ୍ଥାନର ଆତଙ୍କବାଦୀଙ୍କ ହିନ୍ଦୁ ପ୍ରତି ଅନ୍ୟାୟର ପ୍ରତିଷଦ ସଫଳ ନେଇ ଭାରତୀୟ ଙ୍କ ମନ ରେ ଦୃଢ ସମର୍ଥନ କୁ ନେଇ ସାରା ଭାରତ ବର୍ଷରେ ବିଭିନ୍ନ ପ୍ରାନ୍ତ ରେ ପାକିସ୍ତାନ ଆତଙ୍କବାଦୀ ମୂଳ ଉତ୍ପାଦନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅପରେସନ ସିନ୍ଦୁର ‘ ଏକ ଭାରତ ସରକାର ଙ୍କ ପ୍ରୟାସ ଯୋଗୁଁ ବିଭିନ୍ନ ମହଲ ରେ ପ୍ରଶଂଶା । ଆଉ ଏହି ଅପରେସନରେ ଭାରତର ସେନା ଧକ୍ଷ ଓ ବୀର ଯବାନ ମାନଙ୍କ ପରାକ୍ରମୀ କୁ ପ୍ରଶଂସା କରାଯାଇଛି । ଏହାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ସେହି ସହିଦ ବୀର ମାନଙ୍କ ସ୍ମୃତି ଉଦେଶ୍ୟ ରେ ଏବଂ ତିନି ସେନା ବାହିନୀ ଙ୍କ ପରାକ୍ରମ ମନୋ ବଳ କୁ ସୁଦୃଢ କରିବା ପାଇଁ ଏହି ପରାକ୍ରମୀ ତ୍ରିରଙ୍ଗା ଯାତ୍ରା ଆରମ୍ଭ କରାଯାଇ ଥିଲା | ଏହା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପଡା ପଂଚାୟତ ପରିସରରୁ ସରପଞ୍ଚ ଏଲ ମୋହନ ଦାସ ଙ୍କ ନେତୃତ୍ୱ ରେ ବୁଧବାର ଅପରାହ୍ନ ରେ ବାହାରି କାଳୀ ମନ୍ଦିର ପର୍ଯ୍ୟନ୍ତ ବିରାଟ ରାଲ୍ଲୀ ବା ଜନ ସମର୍ଥନ ରେ ବାହାରିଥିଲେ l ଏଥିରେ ରାଜ୍ୟ ଖଣି ଓ ଇସ୍ପାତ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଂଚାୟତର ଲୋକଙ୍କୁ ସଚେତନତା ସୃଷ୍ଟି କରିଥିବା ସହ ପଂଚାୟତରେ ଥିବା ଅବସର ପ୍ରାପ୍ତ ପ୍ରାୟ ୧୫ ଜଣ କର୍ମ ବୀର ସୈନିକ ମାନଙ୍କୁ ଉପଡ଼ଉକନ ଦେଇ ସଂମ୍ମାନିତ କରିଥିବା ସହ ବର୍ତ୍ତମାନ କାର୍ଯ୍ୟରତ ସୌନିକ ମାନଙ୍କ ମନ ବଳ କୁ ବୃଦ୍ଧି କରିବା ଉଦ୍ୟେଶ ରେ ବିଭିନ୍ନ ସ୍ଲୋଗାନ ଓ ଦେଶା ଆତ୍ମକ ଗାନ କରି ଲୋଚାପଡା ଗ୍ରାମ ପରିକ୍ରମା କରିଥିଲେ ଏଥିରେ ଶତାଧିକ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିବା ବେଳେ ଏମବିକେ ସିଆରପି, ଅଙ୍ଗନବାଡି କର୍ମୀ, ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପଂଚାୟତ ଅଧିକାରୀ ଚିନ୍ମୟ ପ୍ରସାଦ ବେହେରା,ସୂର୍ଯ୍ୟମଣି ପାତ୍ର, ଗଣେଶ ବେହେରା,ଲକଣ ପାତ୍ର ଚନ୍ଦ୍ର ପାତ୍ର ରାଜେନ୍ଦ୍ର ପାତ୍ର, ସୋନ୍ତୋଷ ସାହୁ,ରମେଶ ସାହୁ, ପ୍ରଦୀପ ବେହେରା, ସଦାନନ୍ଦ ଗୌଡଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l

Smart Computer Ad
You might also like
error: Content is protected !!