ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ୨ ମୃତ

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ୨ ମୃତ୨୧/୦୫[ସୁକାନ୍ତ କୁମାର ତ୍ରିପାଠୀ]ବାଲିଗୁଡା ଥାନା ଅନ୍ତର୍ଗତ ୫୯ନଂ ଜାତୀୟ ରାଜପଥ ର ସୀତାପଡି ନିକଟରେ ଏକ ମର୍ମତୁଦ ଦୁର୍ଘଟଣା ରେ ଦୁଇ ଜଣ ଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି । ବାଟାଗୁଡା ପଞ୍ଚାୟତ ର ଡୁକୁଲାମିଲା ଗାଁରୁ ତିନିଜଣ ମିଶି ଏକ ଭୋଜି ଖାଇବା ପାଇଁ କ.ନୂଆଗାଁ ବ୍ଲକ ର ଆଡିମହା ପଞ୍ଚାୟତ ର ବିନ୍ଧୁ ପଦର ଗାଁ ଯାଉଥିବା ବେଳେ ହୋଇଥିଲା ଦୁର୍ଘଟଣା । ୫୯ ଜାତୀୟ ରାଜପଥ ର ସୀତାପଡି ନିକଟ ଏକ ବୁଲାନ୍ତି ରେ ପଲସର ବାଇକ ନଂ. ଓଆର ୧୨ ଏଫ ୬୪୩୯ ଭାରସାମ୍ୟ ହରାଇବାରୁ ରାସ୍ତା କଡକୁ ଚାଲିଯାଇଥିଲା । ଘଟଣା ସ୍ତଳରେ ଫ୍ରାଞ୍ଚିସ ମଲ୍ଲିକ (୨୩ )ଙ୍କ ମୃତ୍ୟୁ ହୋଇଥିବା ବେଳେ ଅଜୁ ମଲ୍ଲିକ ଗୁରୁତର ଅବସ୍ଥାରେ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା ଓ ପରେ ଜିଲ୍ଲା ଡାକ୍ତର ଖାନା କୁ ଯାଉଥିବା ବେଳେ ରାସ୍ତାରେ ଅଜୁ ମୃତ୍ୟୁ ବରଣ କରିଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରି ମେଡିକାଲକୁ ଆଣିଥିବ୍ବା ବେଳେ ଏଏସଆଇ ଉଦ୍ଧବ ଜାନୀ ଏହାର ତଦନ୍ତ ଭାର ନେଇ ଦୁର୍ଘଟଣା ସମ୍ପର୍କ ରେ ତଦନ୍ତ ଅବ୍ୟାହତ ରଖିଛନ୍ତି ।

Smart Computer Ad
You might also like
error: Content is protected !!