କୁକୁଡାଖଣ୍ଡି,(ଇ.ରଞ୍ଜନ):-
କୁକୁଡାଖଣ୍ଡି ନିକଟସ୍ଥ ଆଙ୍କୁଶପୁର ବୁଢ଼ୀଘରା ମନ୍ଦିର ସମୁଖ ରେ ଆଜି ପୁଣି ଏକ ଦୃଘଟଣା ଘଟିଛି l ଏହି ଦୃଘଟଣା ରେ ଜଣକ ମୃତ ହୋଇ ଥିବା ବେଳେ ୪ଆହତ ଥିବା ସୂଚନା l ମୂର୍ତକ ଜଣକ କୁକୁଡ଼ାଖଣ୍ଡି ଢିମୀରା ସାହି ଅଞ୍ଚଳର ରଜନୀ ବେହେରା ଏବଂ ସ୍ୱାମୀ ପାଣ୍ଡଵ ବେହେରା । ଉଭୟ ପେଟ ପାଟଣା ପାଇଁ ସକାଳୁ ମଜୁରୀ ନିମନ୍ତେ ଆଙ୍କୁଶପୁର ଅଭିମୁଖେ ବାହାରି ଥିଲେ l ଏଥିରେ କୁକୁଡାଖଣ୍ଡି ର ଅନ୍ୟ ମାନେ ବି ମଜୁରୀ ଲାଗି ଦୈନିକ ମଜୁରୀ ଲାଗି ସନ୍ତୋଷ ସେଠୀ ଙ୍କ ଓଡି ୦୭ଏ ୦୫୭୯) ଅଟୋରେ ବାହାରିଥିଲେ l ଏଥିରେ ଶୁଶାନ୍ତ ଦାସ,ଝୁମୁରି ଦାସ, ରୁନୂତା ଦାସ,ରଜନୀ ବେହେରା ଓ ପାଣ୍ଡବ ବେହେରା ସମସ୍ତେ ମଧ୍ୟାହ୍ନ ଭଜନ ନେଇ ରାଇଝୋଳ ଗାଁ କୁ ବାହାରିଥିଲେ । କିନ୍ତୁ ଗନ୍ତବ୍ୟ ସ୍ଥଳ ପହଂଚି ବା କୁ ଦୁଇ କିମି ପୂର୍ବରୁ ଦୃଘଟଣା ରେ ଶିକାର ହୋଇ ଥିଲେ l ଆନ୍ଦ୍ର ରୁ ନଡ଼ିଆ ନେଇ ଆସୁଥିବା ଡାଲା ଗାଡିର ଭୁଲ ବଶତଃ ବିପରୀତ ଦିଗ କୁ ଚାଲିଯାଇଥିବା ରୁ ଦୃଘଟଣା ଘଟିଥିଲା ନୀଳାମ୍ବର ବେହେରା ଓ ପ୍ରହଲ୍ଲାଦ ବେହେରା ଡାଲା ଅଟୋ ଏ ପି ୩୯ୟୁ ଆଇ ୭୬୫୮ ଯୋଗେ ନଡିଆ ଗାଡି ଟି ସାମାନ୍ୟ ଭଙ୍ଗା ରୁଜା ହୋଇ ଥିବା ବେଳେ ମଜୁଆଙ୍କ ପାସିଙ୍ଗର ଗାଡି ଟି ଭରସାମ୍ୟ ହରେଇ ଆଲୋଟିଥିଲା l ଉଭୟ ଗାଡି ଦୃଘଟଣାର ଶବ୍ଦରୁ
ସ୍ଥାନୀୟ ଲୋକେ ଏବଂ ରାସ୍ତାରେ ଯାତାୟାତ ଲୋକ ସେମାନଂକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ତାରେ ସମସ୍ତଙ୍କୁ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ମେଡିକାଲ ରେ ରଜନୀଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଅନ୍ୟ ମାନେ ସମସ୍ତ ଗୁରୁତର ଆହତ ହୋଇ ମେଡ଼ିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣା ପଡିଛି l ଦୃଘଟଣା ପରେ ଉକ୍ତ ରାସ୍ତା ରେ ପ୍ରତିବାଦ କରି ଜାତୀୟ ରାଜପଥ ୫୯ ଅବରୋଧ କଲେ ଲୋକେ। ଯାହା ଫଳ ରେ ବ୍ରହ୍ମପୁର- ଆସ୍କା ରୋଡ ବହୁ ଗାଡି ଦୀର୍ଘ ସମୟ ଧରି ଅଟକି ରହିଥିଲା ଖବର ପାଇ ସଦର ପୁଲିସ ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନ, ଦେବରାଜ ମଲ୍ଲିକ ଓ ତାଙ୍କ ଟିମ ଘଟଣା ସ୍ତଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ପରେ ଆନ୍ଦୋଳନ କାରି ମାନେ ରାସ୍ତା ଖାଲି କରିଥିଲେ ଯାତାୟତ ସ୍ଵାଭାବିକ ସ୍ଥିତି ରେ ପହଂଚି ଥିଲା । ଉଭୟ ଗାଡି କୁ ପୁଲିସ ତଦନ୍ତ କରୁଥିବା ବେଳେ ପୁଲିସ ସୂଚନା ଦେଇଛି lରୋଡ ରେ ଦୁର୍ଘଟଣା ବୃଦ୍ଧି ଘଟିଥିବା ରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି l କୁକୁଡାଖଣ୍ଡି ରୁ ବ୍ରହ୍ମପୁର ଏବଂ ହିଞ୍ଜିଳି ପର୍ଯ୍ୟନ୍ତ ଡିଭାଇଡର ନିମନ୍ତେ ସାଧାରଣ ରେ ଦାବି ହୋଇଛି l ଏନେଇ ମୂର୍ତକ ପରିବାର ଅଭିଯୋଗ ପରେ ପୁଲିସ ପକ୍ଷରୁ ୨୩୩/୨୫ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ପକ୍ଷରୁ ସୂଚନା ମିଳିଛି l
