ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ):- ତିନି ବିଚାରପତି ଙ୍କୁ ଗଞ୍ଜାମ ଓକିଲ ସଙ୍ଘ ର ବିଦାୟୀ ସମ୍ଭର୍ଦ୍ଦନା ପ୍ରଦାନ କରାଯାଇଛି l ଗଞ୍ଜାମ ଓକିଲ ସଙ୍ଘ ର ଅସ୍ଥାୟୀ ସମ୍ମିଳନୀ କକ୍ଷ ରେ ତିନି ବିଚାରପତି ଙ୍କୁ ରାମ ଚରିତ୍ର ମାନସ ପୁସ୍ତକ ସହ ଉପଢୌକନ ଓ ପୁଷ୍ପଗୁଛ ଦେଇ ବିଦାୟୀ ସମ୍ଭର୍ଦ୍ଦନା ଦିଆ ଯାଇଥିଲା l ମୋଟର ଦୁର୍ଘଟଣା କ୍ଷତି ପୂରଣ ଅଦାଲତ ର ବିଚାରପତି ରାମ ଶଙ୍କର ହୋତା ଙ୍କୁ କନ୍ଧମାଳ ଜିଲ୍ଲା ଦୌରା ବିଚାରପତି ରୂପେ ବଦଳି ହୋଇଛି l ସ୍ୱତନ୍ତ୍ର ଦୁର୍ନୀତି ନିବାରଣ ବିଚାରପତି ଙ୍କୁ ଅତିରିକ୍ତ ଆଇନ ସଚିବ, ଭୁବନେଶ୍ୱର ଏବଂ ୧ମ ଅତିରିକ୍ତ ଜିଲ୍ଲା ଦୌରା ବିଚାରପତି ଙ୍କୁ ନୟାଗଡ଼ ଜିଲ୍ଲା ପରିବାର ବିଚାରପତି ରୂପେ ବଦଳି ହୋଇଛି l ଗଞ୍ଜାମ ଜିଲ୍ଲା ଦୌରା ବିଚାରପତି ଭାଗ୍ୟଲକ୍ଷ୍ମୀ ରଥ ,ସଭାପତି ମନୋଜ ପଟ୍ଟନାୟକ,ଉପସଭାପତି ଟି କେ ରେଡ୍ଡୀ,ସମ୍ପାଦକ ଟି. ଭେଙ୍କେଟ ରାଓସହ ସମ୍ପାଦକ ଅସିତ କୁମାର ସାବତ ମଞ୍ଚାସିନ ଥିଲେ l ବହୁ ଆଇନଜୀବୀ ଏହି ଅବସରରେ ଉପସ୍ଥିତ ଥିଲେ l
