ବିପଦ ପୂର୍ଣ୍ଣ ଔଷତ୍ଥ ଗଛ ଯୋଗୁ ଆତଙ୍କିତ ସାହି ବାସିନ୍ଦା

 ନୟାଗଡ,(ପ୍ରଭାକର ଶିରୋମଣି):- ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ହାଟ ମୁଣ୍ଡ ପାଟଣା ମଧ୍ୟରେ ଥିବା ଏକ ବିରାଟ ଔଷତଥ ଗଛ ୧୦୦ ଗୋଟି ପରିବାର ଙ୍କ ଜୀବନ ପ୍ରତି ବିପଦ ସୃଷ୍ଟିର କାରଣ ହୋଇଛି ବୋଲି ଅଭିଯୋଗ ହୋଇ ଆସୁଛି l ସୂଚନା ଯୋଗ୍ୟ ଏହି ଅଭିଯୋଗ ଦୀର୍ଘ ଵର୍ଷ ହେଲା ନୟାଗଡ ଜିଲ୍ଲା ପାଳ ଓ ଜିଲ୍ଲା ବନ ବିଭାଗ ଅଧିକାରୀଙ୍କୁ କଣ୍ଟିଲୋ ହାଟ ମୁଣ୍ଡ ପାଟଣା ଜନ କଲ୍ୟାଣ କ୍ଲବ ସଭ୍ୟ ମାନଙ୍କ ତରଫରୁ  ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କର୍ତ୍ତ୍ତୃପକ୍ଷ କାହାର ଜୀବନ ପ୍ରତି ଗୁରୁତ୍ୱ ଦେଉ ନାହାନ୍ତି l ଦୁଇ ବର୍ଷ ତଳେ ଏହି  ଗଛ ଡାଳରେ ବ୍ୟାଘାତ ସୃଷ୍ଟି କରୁଥିବା ୨୦ ଟି ମହୁ ଫେଣାକୁ ନଷ୍ଟ କରାଯିବା ସଙ୍ଗେ ସଙ୍ଗେ ଘୁର୍ଣ୍ଣି ବାତ୍ୟାରେ  କ୍ଷତି ଗ୍ରସ୍ତ ଦୁଇଟି ପରିବାର ଉପରେ ଭାଙ୍ଗି ପଡ଼ିଥିବା ଗଛ ଡାଳ କୁ କଣ୍ଟିଲୋ ଓ ଗଣିଆ  ବନ ବିଭାଗ କର୍ମଚାରୀମାନଙ୍କ ଦ୍ୱାରା କାଟି ଦିଆ ଯାଇଥିଲା l  ଉଲ୍ଲେଖ ଯୋଗ୍ୟ ପ୍ରାୟ ୨୦୦ l ୩୦୦ ବର୍ଷର ଏହି ଔଷସ୍ତ ଗଛ ହାଟମୁଣ୍ଡ ପାଟଣା ତେଲି ସାହି ମଝିରେ ଥିବାରୁ ମେଘ ପବନ ସମୟରେ ପ୍ରାୟ ଶହେଟି ପରିବାର ଆତଙ୍କିତ ଅବସ୍ଥାରେ ପିଲା ଚୁଆ ଧରି ରହୁ ଥିବାରୁ ଏହି ଗଛଟିକୁ କାଟି ଦିଆଯିବା ପାଇଁ ପ୍ରତି ବର୍ଷ ନୟାଗଡ ଜିଲ୍ଲା ପ୍ରଶାସନ କୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହେଉଥିଲେ ମଧ୍ୟ ଏହାକୁ ଗୁରୁତ୍ୱ ଦିଆ ଯାଉନାହିଁ l ଏଣୁ ଆଗାମୀ ଦିନରେ ଯଦି ଏହି ସଙ୍କଟ ପୂର୍ଣ୍ଣ ଔଷସ୍ତ ଗଛକୁ କାଟି ଦେବା ପାଇଁ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ଜନକଲ୍ୟାଣ କ୍ଲବ ପକ୍ଷରୁ ଦାବି ହାସଲ ପର୍ଯ୍ୟନ୍ତ ସମ୍ପୃକ୍ତ କାର୍ଯ୍ୟାଳୟସମ୍ମୁଖରେ ଧାରଣାରେ ବସି ରହିବେ ବୋଲି ଜଣା ଯାଇଛି l              …………………..

Smart Computer Ad
You might also like
error: Content is protected !!