ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ

ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ) ଜିଲ୍ଲା କୋର୍ଟ ପରିସରରେ ବ୍ରହ୍ମପୁର ଏବଂ ଜିଲ୍ଲାର ସମସ୍ତ କୋର୍ଟରେ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି l୧୦୬୩୩ଟି ମାମଲାରୁ ଆଶୁ ସମାଧାନ ହୋଇ ମୋଟ ୭୭,୨୬୨, ୪୧୪ଟଙ୍କା ପ୍ରଦାନ କରିବାପାଇଁ ଆଦେଶ କରାଯାଇଛି l ଏଥିରେ ୫ଟି ବେଞ୍ଚର ଆୟୋଜନ କରାଯାଇଥିଲା l ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଡ଼ ଭାଗ୍ୟଲକ୍ଷ୍ମୀ ରଥଙ୍କ ତତ୍ତ୍ଵାବଧାନରେ ଅନୁଷ୍ଟିତ ହୋଇଯାଇଛି l ୩୩ଟି ମୋଟର ଦୁର୍ଘଟଣା ଜନିତ ମାମଲାର ସମାଧାନ ହୋଇ ବୀମା କମ୍ପାନୀ ଗୁଡ଼ିକ ମୋଟ ୨୦୧୯୪୦୦୦ ଟଙ୍କା ପ୍ରଦାନ କରିବା ଆଦେଶ ହୋଇଛି l ୨୬ଟି ଏନ ଆଇ ଏକ୍ଟ ମାମଲାର ସମାଧାନ ହୋଇ ୧୭୧୧୦୮୩୦ ଟଙ୍କା ପୁନରୁଦ୍ଧାର ହୋଇଛି l ୬୩ଟି ବିବାହ ସମ୍ବନ୍ଧୀୟ ମାମଲାର ଆପୋସ ବୁଝାମଣା ମାଧ୍ୟମରେ ସମାଧାନ ହୋଇ ପାରିଛି l ୨୬୦ଟି ବ୍ୟାଙ୍କ୍ ମାମଲାର ସମାଧାନ ହୋଇ ୨୧୩୦୮୧୯୮ଟଙ୍କା ଆଦାୟ କରାଯାଇଛି l ଦେୱାନି ମାମଲାର ୬୯ଟି ସମାଧାନ ହୋଇ ମୋଟ ୧୪୮୯୮୦୦୦ଟଙ୍କା ଆଦାୟ ହୋଇଛି l ୯୪୮୩ଟି ରାଜସ୍ବ ମାମଲାର ସମାଧାନ ହୋଇ ୪୯୩୨୬୮ଟଙ୍କା ଆଦାୟ କରାଯାଇଛି l ୩୯ଟି ଅପରାଧିକ ମାମଲା ସମାଧାନ ହୋଇଛି l ୨ୟ ଏମଏସିଟି ରାମ ଶଙ୍କର ହୋତା, ୧ମ ଏଡିଜେ ଡ ଇନ୍ଦୁ ଶର୍ମା, ୨ୟ ଏଡିଜେ ଏ ମହନ୍ତ, ୩ୟ ଏଡିଜେ ବି ଗୌତମ,ରେଜିଷ୍ଟର ଏସ ସିଂ, ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l ଡିଏଲ୍ଏସଏ ସଂପାଦକ ଦେବଶ୍ରୀ ସାହୁ ଏହାକୁ ସଂଯୋଜନା କରିଥିଲେ l ବିଚାରପତି, ବରିଷ୍ଠ ଆଇନଜୀବୀ ଟି କେ ରେଡ୍ଡୀଙ୍କ ସମେତ ଆଇନଜୀବୀ ଉପସ୍ଥିତ ଥିଲେ l

Smart Computer Ad
You might also like
error: Content is protected !!