ପୁରୁଷୋତ୍ତମପୁର ସରସ୍ୱତୀ ଶିଶୁ ମନ୍ଦିରର ଦୁଇ ଛାତ୍ର, ଛାତ୍ରୀଙ୍କ ସଫଳତା,
(ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷରେ କୃତିତ୍ୱ ହାସଲ)

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁର ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ର ଦୁଇ ଶିଶୁ ଭାଇ ଭଉଣୀ ଷଷ୍ଠ ଶ୍ରେଣୀରେ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷ।ରେ କୃତିତ୍ବ ଅର୍ଜନ କରିଛନ୍ତି । ସେମାନ ହେଲେ ସୁବ୍ରତ କୁମାର ସାହୁ ପିତା- ସଞ୍ଜୀୟ କୁମାର ସାହୁ ମାତା – ସଙ୍ଗୀତା ସାହୁ ଓ ସିମ ରନ ପାତ୍ର ପିତା-ସୁଶାନ୍ତ କୁମାର ପାତ୍ର, ମାତା-ଗୋଲାପ କୁମାରୀ ପାତ୍ର । ତେଣୁ ସେହି ଶିଶୁ ଭାଇ ଭଉଣୀଙ୍କୁ ବିଦ୍ୟାଳୟ ର ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଜଗବନ୍ଧୁ ଦଳାଇ, ଉପସଭାପତି ଶ୍ରୀଯୁକ୍ତ ହରିହର ପଣ୍ଡା, ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଅନ୍ୟ କର୍ମ କର୍ତ୍ତା ପ୍ରଧାନ ଆଚାର୍ଯ୍ୟ ଓ ଗୁରୁଜୀ ଗୁରୁମା ଶିଶୁ ଭାଇ ଓ ଭଉଣୀ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ଉତ୍ତରୋତ୍ତରଉନ୍ନତି କାମନା କରିଛନ୍ତି । ଏଣୁ ପୁରୁଷୋତ୍ତମପୁର ସହର ରେ ଏହି ସଫଳତା ପାଇଁ ବହୁ ଗର୍ବ ଅନୁଭବ କରିଛନ୍ତି ।