ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କ ତୁରନ୍ତ ହେବ ମାଗଣା ଚିକିତ୍ସା , ସାରା ଦେଶରେ ଲାଗୁ ହେଲା ଏହି ଯୋଜନା

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଲୋକେ ଓ ତାଙ୍କର ପରିବାର ଲୋକଙ୍କ ପାଇଁ କେନ୍ଦ୍ର ସରକାର ବଡ଼ ସହାୟତା ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରି ସାରା ଦେଶରେ ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କ ପାଇଁ କ୍ୟାସଲେସ୍ ଟ୍ରିଟମେଣ୍ଟ ସ୍କିମ୍ର ଘୋଷଣା କରିଛନ୍ତି। ସଡ଼କ ପରିବହନ ମନ୍ତ୍ରଣାଳୟର ଏକ ଗ୍ୟାଜେଟ୍ ବିଜ୍ଞପ୍ତି ମୁତାବିକ ଏହି ଯୋଜନା ଅନୁସାରେ, ପୀଡ଼ିତଙ୍କୁ ଦୁର୍ଘଟଣା ତାରିଖର ୭ଦିନ ସୁଦ୍ଧା କୌଣସି ବି ସ୍ୱୀକୃତି ପ୍ରାପ୍ତ ହସ୍ପିଟାଲରେ ସର୍ବାଧିକ ୧.୫ ଲକ୍ଷ ଯାଏ କ୍ୟାସଲେସ୍ ଚିକିତ୍ସାର ଲାଭ ମିଳି ପାରିବ। ଏହି ଯୋଜନା ୫ ମଇ ୨୦୨୫ରୁ ଲାଗୁ ହୋଇଛି। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ମୁତାବିକ୍ ,କୌଣସି ବି ସଡ଼କରେ ମୋଟର ଯାନ ଦ୍ୱାରା ହୋଇଥିବା ସଡ଼କ ଦୁର୍ଘଟଣାର ଶିକାର ହେଉଥିବା କେହି ବି ବ୍ୟକ୍ତି ଏହି ଯୋଜନାର ପ୍ରାବଧାନ ଅନୁସାରେ କ୍ୟାସ୍ଲେସ୍ ଚିକିତ୍ସାର ଯୋଗ୍ୟ ହୋଇ ପାରିବେ। ଇଣ୍ଡିଆନ ଏକ୍ସପ୍ରେସ୍ର ଏକ ରିପୋର୍ଟ ମୁତାବିକ , ଏହି ଯୋଜନାକୁ ଲାଗୁ କରିବା ପାଇଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ ) ରାଜ୍ୟର ପୁଲିସ, ହସ୍ପିଟାଲ ଓ ରାଜ୍ୟର ସ୍ୱାସ୍ଥ୍ୟ ଏଜେନ୍ସି ସହ ମିଶି କାମ କରିବେ।

You might also like
error: Content is protected !!