ଫୁଲଟାରେ ପୁଣି ବୋମାମାଡ଼ ଘଟଣା ରେ ୮ ଗିରଫ

କୁକୁଡାଖଣ୍ଡି, (ଇ. ରଞ୍ଜନ):- ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତ୍ର ରେ ସେଠାରେ ଘନଘନ ବୋମାମାଡ ହୋଇ ଥିଲା । ଏଥିରେ କେହି ଆହତ ହୋଇନଥିବା ବେଳେ ଗାଁ’ରେ ଆତଙ୍କରାଜ ଖେଳାଇଥିଲେ ଅପରାଧୀ ଗୋଷ୍ଟି। ନିମଖଣ୍ଡି ପୁଲିସ ଘଟଣା ରେ ତନାଘନା ପରେ ଏଥିରେ ଯେହୁଁ ମାନଙ୍କର ସମ୍ପୃକ୍ତି ଥିବା ଅପରାଧ ଘଟାଉଥିବା ଗୋଷ୍ଠୀ କୁ ପୁଲିସ ଟିମ ମିଳିତ ଭାବେ ଫୁଲଟା ଗ୍ରାମ ପରିଦର୍ଶନ କରିଥିଲେ, ସୂଚନା ମିଳିଥିଲା ଯେ ଗାଁର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳ ପୁନର୍ବାର ହିଂସାତ୍ମକ ମୁହଁରେ ଜଡିତ ଥିଲେ। ଏଠାରେ ଉଲ୍ଲେଖ କରିବା ପ୍ରଯୁଜ୍ୟ ଯେ ଗ୍ରାମ ସମିତି ତଥା ଅନ୍ୟାନ୍ୟ କାରଣରୁ ବ୍ୟକ୍ତିଗତ ବିବାଦକୁ ନେଇ ଗାଁର ବିପରୀତ ଗୋଷ୍ଠୀର ଅତୀତରେ ମୁହାଁମୁହିଁ ହେବାର ଇତିହାସ ରହିଛି। ବିପରୀତ ଗ୍ୟାଙ୍ଗକୁ ଧମକ ଦେବା ପାଇଁ ରାସ୍ତାରେ ବୋମା ଫିଙ୍ଗି ଦିଆଯାଇଥିଲା। ଅଧିକ ଅନୁସନ୍ଧାନ ବେଳେ ଗାଁରୁ 8 ଜଣଙ୍କୁ ଗିରଫ କରାଯାଇଥିଲା। ଗାଁରେ 2 ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଥିଲା ଏବଂ ଜଣାପଡିବ ପରେ ସେମାନଙ୍କୁ ଗିରଫ ପୋଲିସ କହିଛି।ଗିରଫ ଦ୍ବୟ ମାନେ ହେଲେ ଲିଙ୍ଗରାଜ ଚର୍ଚ୍ଚା,ବଳରାମ ନାହାକ ଓରପ ବଳିଆ,ସନ୍ୟାସୀ ଶାସମଲ,ସୁକାନ୍ତ ନାହାକ,ଦଣ୍ଡପାଣି ଶାସମଲ,ପୂର୍ଣ୍ଣ ବସ୍ତିଆ,ସନ୍ତୋଷ ମଲ୍ଲିକ,ଙ୍କୁ ଗିରଫ କରି ମଙ୍ଗଳବାର ଗିରଫ କରି ୧୩୨/୨୫ ମାମଲା ରୁଜୁ କରି କୋର୍ଟ ସ୍ଥାନାନ୍ତର କରିଥିବା ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ ଗଣମାଧ୍ୟମରେ ବିବୃତି ପ୍ରକାଶ କରିଥିଲେ ।