ନବ ଜାତ ପୁତ୍ର କୁ ନାଳ ଉଦ୍ଧାର କରି ଶବ ବ୍ୟବଛେଦ ନିମନ୍ତେ ମେଡିକାଲ ସ୍ଥାନାନ୍ତର

ନବ ଜାତ ପୁତ୍ର କୁ ନାଳ ଉଦ୍ଧାର କରି ଶବ ବ୍ୟବଛେଦ ନିମନ୍ତେ ମେଡିକାଲ ସ୍ଥାନାନ୍ତର

କୁକୁଡାଖଣ୍ଡି, (ଇ. ରଞ୍ଜନ):- ନିମଖଣ୍ଡି ଥାନା ଅନ୍ତର୍ଗତ ତଥା ବ୍ରହ୍ମପୁର ଉପକଣ୍ଠ ବ୍ରଜନଗର ନିକଟରେ ଥିବା ବାହାନା ନାଳ ନିକଟରୁ ମଙ୍ଗଳବାର ଅପରାହ୍ନ ରେ ଏକ ଗଳିତ ଶିଶୁ ପୁତ୍ର କୁ ଉଦ୍ଧାର କରିଛି ନିମଖଣ୍ଡି ପୁଲିସ । ଘଟଣାରୁ ମିଳିଥିବା ସୂଚନା ମୁତାବକ କେଉଁ ଆଡୁ ପ୍ରସବ କରି ଶିଶୁକୁ ଦିନେ ଦୁଇ ଦିନ ପୂର୍ବରୁ ଆଣି ନାଳ ନିକଟରେ ଛାଡି ଚାଲିଯାଇଥିବା ବେଳେ ଛୁଆଟି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶିଶୁକୁ ନିମଖଣ୍ଡି ପୁଲିସ ଜବତ କରି ବଡ଼ ମେଡିକାଲ କୁ ବ୍ୟବଛେଦ ନିମନ୍ତେ ପଠାଇଥିବା ବେଳେ ଶିଶୁ କାହାର ତାହା ତଦନ୍ତ ଚଲାଇଛନ୍ତି ପୁଲିସ । କିଏ କେଉଁ ପ୍ରକାର ପରିସ୍ଥିତି ରେ ଛୁଆ ପ୍ରସବ କରି ଫିଙ୍ଗି ଚାଲି ଯାଇଥିବା ତାହା ନେଇ ପାରିପାର୍ଶରେ ଲାଗିଥିବା ସି ସି କେମେରାକୁ ତଦନ୍ତ କରି ଜାରିରଖିଥିବା ଥାନା ଅଧିକାରି କୃଷ୍ଣ ସାହା ସୂଚନା ଦେଇଛନ୍ତି ।

You might also like
error: Content is protected !!