କୁକୁଡାଖଣ୍ଡି, (ଇ. ରଞ୍ଜନ):- ଆଜି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବୋରିଗାଁ ର ଶ୍ରୀ ଶ୍ରୀ ମା ଦଣ୍ଡକlଳୀଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରଭୁ ଶ୍ରୀ ହନୁମାନଜୀ ଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ବୈଦିକ ରୀତି ଅନୁଯାୟୀ ଆରମ୍ଭ ହୋଇଛି। ଏହି ଉତ୍ସବ ଆସନ୍ତା ଚାରିଦିନ ଧରି ଚାଲିବ। ଉତ୍ସବର ପ୍ରଥମ ଦିନରେ ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗ ଦେଇ ମନ୍ଦିରର ସବୁ ପ୍ରକାର ବ୍ୟବସ୍ଥାକୁ ପରିଭ୍ରମଣ କରି ଦେଖିବା ସହ ଖୁସି ପ୍ରକାଶ କରିଥିଲେ। ମହାବୀର ହନୁମାନଙ୍କ ଦୟାରୁ ସବୁ ପ୍ରକାର ଅସାଧ୍ୟ ସାଧ୍ୟ ହୋଇଥାଏ, ସବୁ ରିଷ୍ଟ ଖଣ୍ଡନ ହୋଇଥାଏ। ଯେଉଁଠି ପାଇଁ ଭକ୍ତ ମାନଙ୍କର ପ୍ରଭୁ ଶ୍ରୀ ହନୁମାନଙ୍କ ପ୍ରତି ଅତୁଟ ବିଶ୍ୱାସ ରହିଥାଏ। ଗ୍ରାମରେ ମା ଦଣ୍ଡକାଳୀ ମନ୍ଦିର ପରିସର ମଧ୍ୟରେ ଏକ ହନୁମାନ ବିଗ୍ରହ ପ୍ରତିଷ୍ଠା ହେବା ଯୋଗୁଁ ଏଣିକି ଗ୍ରାମ ଓ ଏହାର ଆଖ ପାଖ ଅଞ୍ଚଳର ସମସ୍ତ ଭକ୍ତମାନେ ଏଠାକୁ ଆସି ଉଭୟ ମା କାଳୀ ଓ ପ୍ରଭୁ ହନୁମାନଙ୍କର ବିଗ୍ରହକୁ ଦର୍ଶନ କରି ସାନିଧ୍ୟ ଲାଭ କରି ପାରିବେ। ଏହିଭଳି କାର୍ଯ୍ୟକ୍ରମ ମାନ ଗାଁ ଠାରୁ ସହର ପର୍ଯ୍ୟନ୍ତ ଚାଲୁ ରହିଲେ ସମସ୍ତେ ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦବୁଦ୍ଧ ହୋଇ ସତକର୍ମ, ସତଚିନ୍ତl, ସତଜ୍ଞାନ ଦ୍ଵାରା ଅନୁପ୍ରାଣିତ ହେବେ। ଏହା କରିବା ଦ୍ଵାରା ଅଞ୍ଚଳବାସୀଙ୍କ ଠାରୁ ଆରମ୍ଭ କରି ସାରା ବିଶ୍ୱବlସୀଙ୍କର ମଙ୍ଗଳ ହେବ। ତେବେ ଆଜି ପ୍ରଥମ ଦିନରେ ପ୍ରାୟ ତିନିଶହରୁ ଉର୍ଦ୍ଧ୍ବ ମହିଳା ଜଳଯାତ୍ରା ନିମନ୍ତେ ମନ୍ଦିର ନିକଟସ୍ଥ ଏକ ପୋଖରୀକୁ ଯାଇଥିଲେ। ସେଠାରେ ପୂଜାର୍ଚ୍ଚନା ଶେଷ ହେବା ପରେ କଳସରେ ପାଣି ଆଣି ଥିଲେ। ଏଥିସହ ଉକ୍ତ କାର୍ଯ୍ୟକ୍ରମର ଦ୍ଵିତୀୟ ଦିନ ହନୁମାନ ଚାଳିଶା, ତୃତୀୟ ଦିନ ନାମ ସଂକୀର୍ତ୍ତନ, ଚତୁର୍ଥ ଦିନରେ ଭଜନ ସମାରୋହ ଓ ଅନ୍ନ ପ୍ରସାଦର ବ୍ୟବସ୍ଥା କରା ଯାଇଛି। ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସାଂସଦ ନିଜେ ବୁଲି ଦେଖିବା ସହ ମନ୍ଦିର ପରିଚାଳନା କମିଟିର ସଭାପତି ସୂର୍ଯ୍ୟ ନାରାୟଣ ଡାକୁଆ, ସମ୍ପାଦକ ବାବୁଲା ପଟ୍ଟନାୟକ, କୋଷାଧ୍ୟକ୍ଷ ଅଭିରାମ ସେଠିଙ୍କ ସହ ଅନ୍ୟମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।