ଚଳିତବର୍ଷ ପ୍ରକାଶ ପାଇଥିବା ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ଫଳାଫଳରେ କୁକୁଡାଖଣ୍ଡି

(ଇ. ରଞ୍ଜନ) :- ବ୍ଲକର ୧୮୬୯ ଛାତ୍ରଛାତ୍ରୀ ଅଧୟନ କରୁଥିବା ବେଳେ ସେଥି ମଧ୍ୟରୁ ୧୮୪୨ ଜଣ ଫର୍ମ ପୂରଣ କରିଥିବା ବେଳେ ଇତି ପରୀକ୍ଷା କେନ୍ଦ୍ର ରେ ଅନୁପସ୍ଥିତ ସଂଖ୍ୟା ୨୭ ରହିଛନ୍ତି । ସରକାରୀ ବିଦ୍ୟାଳୟର ରେ ଶତକଡା ୯୬ ଭାଗ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ୪ପ୍ରତିଶତ କୌଣସି କାରଣ ବଶତଃ ଫେଲ ହୋଇଥିବା ଜଣାପଡିଛି । ସେଥି ମଧ୍ୟରୁ ଏ1ରେ ହୁଗୁଳାପଟ୍ଟା କୃଷକ ନୋଡାଲ ଉଚ୍ଚ ବିଦ୍ୟାଳୟର ୨ ଛାତ୍ର ଛାତ୍ରୀ ଥିବା ବେଳେ କୁକୁଡାଖଣ୍ଡି ବିଜୁ ପଟ୍ଟନାୟକ ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ରହିଛନ୍ତି । ସେହିପରି ବେସରକାରୀ ବିଦ୍ୟାଳୟର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ୨ ଛାତ୍ରଛାତ୍ରୀ ଥିବା ବେଳେ, ସାତପାଣ୍ଡିଆ ଆର.କେ ବିଦ୍ୟାପୀଠରେ ଜଣେ ଏବଂ ଗ୍ରାମ ବିକାଶ ବିଦ୍ୟାଳୟ ଜଣେ ଲେଖାଏଁ ଏ1 ରହିଛନ୍ତି । ସେହିପରି ଏ 2ରେ ଯୁଗଜ୍ୟାତି ବିଦ୍ୟାଳୟ ଗୁରୁଣ୍ଠି ୪ଜଣ ଛାତ୍ରଛାତ୍ରୀ ଥିବା ବେଳେ ହୁଗୁଳାପଟ୍ଟା ୨ ଏବଂ ନିମଖଣ୍ଡି ଏସ.କେ.ଏସ ବିଦ୍ୟାଳୟ ରେ ୩ ରହିଥିବା ବେଳେ ରହିଗାଁ ସରକାରୀ ବିଦ୍ୟାଳୟ ୩ ରହିଛନ୍ତି । ବେସରକାରୀ ବିଦ୍ୟାଳୟ ରେ ମଧ୍ୟ ଏ2ରେ ସାତପଣ୍ଡିଆଝୋଳି ୬ ଏବଂ ଗ୍ରାମ ବିକାଶ ଉଚ୍ଚ ବିଦ୍ୟାଳୟ ରେ ୨ ରହିଛନ୍ତି । ଚଳିତବର୍ଷ ୨ ରୁ ୪ ମଧ୍ୟରେ ସରକାରୀ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଭଲ ମାର୍କ ରଖିଥିବା ବେଳେ ଅନ୍ୟ ବିଦ୍ୟାଳୟ ମାନଙ୍କ ରେ ନୌରାସ୍ୟ ଜନକ ଫଳ ଆସିଥିବା ରୁ ଅଭିଭାବକ ମହଲ ରୁ ନିନ୍ଦା ପ୍ରକାଶ ପାଇଛି । ହୁଗୁଳାପଟ୍ଟା ର କୃଷକ ନୋଡାଲ ଉଚ୍ଚ ବିଦ୍ୟାଳୟ ହୁଗୁଳାପଟ୍ଟା ର ଛାତ୍ରଛାତ୍ରୀ ମାନେ ସଫଳତାର ସହିତ କୃତକାର୍ଯ୍ୟ ହୋଇଛନ୍ତି. 135 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ମୋଟ 133 ଜଣ ପାସ୍ କରିଛନ୍ତି. ସେମାନଙ୍କ ମଧ୍ୟରୁ ସୁଶ୍ରୀ ପ୍ରିୟା ସାହୁ 543 ନମ୍ବର ଓ ସୁଶ୍ରୀ ମନୀଷା ସାହୁ 540 ନମ୍ବର ରଖି A1 ଗ୍ରେଡ଼ ରେ ପାସ୍ କରିଥିବା ବେଳେ ସୁଶ୍ରୀ ପ୍ରାଚୀ ସ୍ୱାଇଁ ଓ ସୁଶ୍ରୀ ଶୁଭଶ୍ରୀ ପ୍ରଧାନ A2 ଗ୍ରେଡରେ ଉତୀର୍ଣ୍ଣ ହୋଇ କୃଷକ ନୋଡାଲ ଉଚ୍ଚ ବିଦ୍ୟାଳୟର ଇତିହାସରେ ସ୍ୱର୍ଣ୍ଣିମା ପୃଷ୍ଠା ଯୋଡି ଦେଇପାରିଛନ୍ତି. ବିଦ୍ୟାଳୟର ମୋଟ 08 ଜଣ ଛାତ୍ରଛାତ୍ରୀ B1,20 ଜଣ B2, 36 ଜଣ C, 49 ଜଣ D, 16 ଜଣ E ଗ୍ରେଡ଼ରେ କୃତକାର୍ଯ୍ୟ ହୋଇଛନ୍ତି. A1 ଗ୍ରେଡ଼ରେ ପାସ୍ କରିଥିବା ଛାତ୍ରୀଦ୍ବୟ ଭବିଷ୍ୟତରେ ବିଜ୍ଞାନ ପଢିବା ପାଇଁ ଇଛା ପ୍ରକାଶ କରିବା ସହିତ ଡ଼କ୍ଟର ହେବା ପାଇଁ ସ୍ବପ୍ନ ରଖିଛନ୍ତି. ଏହି ଅବସରରେ ବିଦ୍ୟାଳୟ ତରଫରୁ ଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେବା ସହିତ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରାଯାଇଛି. ଛାତ୍ରୀ ମାନେ ନିଜ ସଫଳତା ପାଇଁ ଭଗବାନ ଙ୍କ ଆଶୀର୍ବାଦ, ପିତା ମାତା ଙ୍କ ପ୍ରେରଣା ତଥା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉଦ୍ୟମ କୁ ଶ୍ରେୟ ଦେଇଥିଲେ.ଛାତ୍ରଛାତ୍ରୀ ମାନଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ଵାତିଶ୍ରୀ ରଥ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
