ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ପ୍ରତିବର୍ଷ ଭଳି ଚଳିତ ବର୍ଷ ମେ ୧ ରେ ଶ୍ରମିକ ଦିବସ ପାଳନ ହୋଇଯାଇଛି l ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା କାର୍ଯ୍ୟକ୍ରମର ଆୟୋଜନ ହୋଇଥଲା l ଜିଲ୍ଲା ଓ ଦୌରା ଜର୍ଜ ରୂପଶ୍ରୀ ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନା ରେ ବ୍ରହ୍ମପୁର, ଗୋସାଇଁ ନୂଆଗାଁ ସ୍ଥିତ ମା’କାଳୁଆ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଏହା ପାଳିତ ହୋଇ ଯାଇଛି । ପ୍ରତି ଶ୍ରମିକ ମାନଙ୍କୁ ସମ୍ମାନୀତ ପୂର୍ବକ ସେମାନଙ୍କ କାମକୁ ସମ୍ମାନ ଦିଆଯାଇଥିଲା l ସେମାନଙ୍କର ଅଧିକାର ପ୍ରତି ଗୁରୁତ୍ୱ ଦେବା ଉଦ୍ଦେଶ୍ୟ ରଖି ଆଜିର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଯେଉଁଥିରେ ବରିଷ୍ଠ ଓକିଲ ତଥା ଗଞ୍ଜାମ ବାର ଆସୋସିଏସନର ଉପ-ସଭାପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ଟି.କେ ରେଡ୍ଡୀ, ସଦସ୍ୟା ତଥା ଓକିଲ ଡ଼ଃ ମିନାକ୍ଷୀ ଦେଵୀ, ସଦସ୍ୟା ସବିତା ସାହୁକାର, ଡିଟିଏନବିଡବ୍ଲୁଇଡି ଦିଲ୍ଲୀପ କୁମାର ଶତପଥୀ, ଅତିରିକ୍ତ ଶ୍ରମ ଅଧିକାରୀ କାର୍ତ୍ତିକ ସେନାପତି, ଅତିରିକ୍ତ ଶ୍ରମ ଅଧିକାରୀ ପ୍ରକାଶ କୁମାର ପରିଡାଙ୍କ ସମେତ ବହୁ ଶ୍ରମିକ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମରେ ୨୪ ଜଣ ଶ୍ରମ ଉପଭୋକ୍ତାଙ୍କୁ ବିଭିନ୍ନ ସେବା ଯେପରିକି ୩ ଜଣ ମୃତ ଶ୍ରମିକ ଙ୍କ ବାବଦରେ ସେମାନଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଲେଖାଏଁ କ୍ଷତିପୂରଣ, ଦୁଇ ଶ୍ରମିକ ବିବାହ ଉପଭୋକ୍ତାଙ୍କୁ ୫୦ ହଜାର ଲେଖାଏଁ ଟଙ୍କା, ୧୦ ଜଣ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ କାର୍ଡ ଏବଂ ୯ ଜଣଙ୍କୁ ଅଣ-ସାଙ୍ଗଠନିକ ଶ୍ରମିକ କାର୍ଡ ପ୍ରଦାନ କରାଯାଇଥିଲା l
