କାର୍ତ୍ତିକ ଚନ୍ଦ୍ର ସୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କାର୍ତ୍ତିକ ଚନ୍ଦ୍ର ସୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବାଲିଗୁଡା, ୦୧/୦୫ [ସୁକାନ୍ତ କୁମାର ତ୍ରିପାଠୀ] ବାଲିଗୁଡ଼ା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଠାରେ ଗତକାଲି ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ମହୋତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଅବସରପ୍ରାପ୍ତ ପ୍ରାଧ୍ୟାପକ ଓ ପ୍ରାକ୍ତନ ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରତ୍ୟୁଷରଞ୍ଜନ ଶତପଥୀ ବାଣିଜ୍ୟ ପ୍ରାଧ୍ୟାପକ ସୁରେଶ କୁମାର ଦାସ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ମଧୁସୂଦନ ମହାପାତ୍ର ଯୋଗ ଦେଇ ଉଦବୋଧନ ଦେଇଥିଲେ।ଡ଼ ବିଭୂତିଭୂଷଣ ଆଚାର୍ଯ୍ୟ ସଭାପତି ଅଭିଭାଷଣ ପ୍ରଦାନ କରିଥିଲେ।ତେଜେଶ୍ଵର ନାୟକ ସ୍ଵାଗତ ସମ୍ଭାଷଣ ଜଣାଇଥିଲେ।ଶିକ୍ଷକ ଅଣଶିକ୍ଷକ କର୍ମଚାରୀ ସ୍ମୃତି ଚାରଣ କରି ଅଶ୍ରୁଳ ବିଦାୟ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରିଥିଲେ।ଶୈକ୍ଷିକ ପରାମର୍ଶଦାତା ଡ଼ ସୁଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଶିକ୍ଷକଅଣଶିକ୍ଷକ କର୍ମଚାରୀ ଏଥିରେ ଅଂଶଗ୍ରହଣ କରିଥିବା ଦେଖାଯାଇଛି।

Smart Computer Ad
You might also like
error: Content is protected !!