ବାଲିଗୁଡା: ୦୧/୦୫[ସୁକାନ୍ତ କୁମାର ତ୍ରିପାଠୀ] ବାଲିଗୁଡ଼ା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ଗତକାଲି ଅବସର ଗ୍ରହଣ କରିଥିବାରୁ ନୂତନ ଅଧ୍ୟକ୍ଷ ଭାବେ ଗୋପାଳପୁର ବେଳାଭୂମି ମହାବିଦ୍ୟାଳୟ ରସାୟନ ବିଜ୍ଞାନ ପ୍ରାଧ୍ୟାପକ ଲକ୍ଷ୍ମଣ ପାଳ ଆଜି ଅପରାହ୍ନରେ କାର୍ଯ୍ୟରେ ଯୋଗ ଦେଇ ଆସନ ଗ୍ରହଣ କରିଛନ୍ତି। ପ୍ରଶାସନିକ ଅଧିକାରୀ ଡ଼ ବିଭୂତିଭୂଷଣ ଆଚାର୍ଯ୍ୟ ଆନ୍ତଃ ଗୁଣବତ୍ତା ସୁନିଶ୍ଚିତ କକ୍ଷ ସଂଯୋଜକ ହିମାଂଶୁଚରଣ ସାହୁ ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରଦୀପ୍ତ ନାୟକ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଦୁଷ୍ମନ୍ତ ଶବର ଅଧ୍ୟାପିକା ସ୍ନେହଲତା ମାଝୀ ଓ ସୁଲୋଚନା କହଁର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
