ବାଲିଗୁଡା, ୨୭/୦୪ [ସୁକାନ୍ତ କୁମାର ତ୍ରିପାଠୀ]ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ଓଡିଶା କନ୍ଧମାଳ ଜିଲ୍ଲା ତରଫରୁ ଜିଲ୍ଲା ସଭାପତି ଶ୍ରୀ ମଧୁସୂଦନ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏକ ମଣ୍ଡଳ ସ୍ତରୀୟ ସାଧନା ଶିବିର ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଶିବିରରେ ବୌଦ୍ଧ, କଳାହାଣ୍ଡି, ସାଇଜିଲ୍ଲା ଗଞ୍ଜାମ (୨) ଏବଂ କନ୍ଧମାଳ ର ୧୨୦ ରୁ ଉର୍ଦ୍ଧ୍ଵ ସାଇପ୍ରେମୀ ଅଂଶ ଗ୍ରହଣ କରିଥିଲେ | ଉକ୍ତ କାର୍ଯ୍ୟକ୍ରମ ସକାଳ ୫ ଘଣ୍ଟା ଠାରୁ ଆରମ୍ଭ ହୋଇ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିଥିଲା | କାର୍ଯ୍ୟକ୍ରମରେ ସତ୍ୟସାଇ ସେବା ସଂଙ୍ଗଠନ ର ଉପସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ମହାନ୍ତି ଓ ରାଜ୍ୟସ୍ତରୀୟ ପ୍ରତିନିଧି ଶ୍ରୀ ମନୋରଞ୍ଜନ କର, ଶ୍ରୀ ବିମଳ ପ୍ରସାଦ କର ଓ ସରୋଜ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ| ଆଜିର କାର୍ଯ୍ୟକ୍ରମ ସକାଳ ଘ. ୫.୦୦ ମି ଓମ୍ କାରମ୍, ସୁପ୍ରଭାତମ୍, ଜ୍ୟୋତିଧ୍ୟାନ ରୁ

![]()








ଆରମ୍ଭ ହୋଇ ସେବା କାର୍ଯ୍ୟ, ଷୋଡଶ ଉପଚାର ପୂଜା,ପ୍ରଶାନ୍ତି ପତାକା ଉତ୍ତୋଳନ, ସୁସଜ୍ଜିତ ପାଲିଙ୍କିରେ ଭଗବାନଙ୍କର ନଗର ପରିକ୍ରମା ଗାୟତ୍ରୀ ମନ୍ଦିର ଠାରୁ ବାହାରି ନୁଆସାହି, ଚର୍ଚ୍ଚ ଦେଇ ଶତାଧିକ ଭକ୍ତଙ୍କ ସମାବେଶରେ ପ୍ରତ୍ୟାବର୍ତନ କରିଥିଲା। ସକାଳ ୯ ଟା ରେ ଜ୍ୟୋତି ଆବାହନ ବେଦପାଠ,କୃତଜ୍ଞତାର କାର୍ଡ ସମର୍ପଣ,ସହନା ୱୱତୁ ଆବୃତ୍ତି କରାଯାଇଥିଲା। ଉକ୍ତ ଶିବିରରେ ପ୍ରମୁଖ ବିଷୟ : ଜପ ଧ୍ୟାନ ବିନା ସଂଯୋଗ ନେହିଁ,ନିତ୍ୟ ପ୍ରାର୍ଥନା, ନିତ୍ୟ ବେଦମନ୍ତ୍ରମ୍, ଗାୟତ୍ରୀ ମନ୍ତ୍ର, ବ୍ରହ୍ମାର୍ପଣମ୍, ସାଇସାହିତ୍ୟ ପଠନ,ଲିଖିତ ଜପ, “ଜଗମେ ସର୍ବମ୍ ବ୍ରହ୍ମ ମୟମ୍”,ସେବା ସନ୍ନିଧ୍,ସତସଙ୍ଗତ୍ୱେ – ଜୀବନମୁକ୍ତି,ସମିତି,ସହମତି,ଶତବାର୍ଷିକୀ ସମାରୋହ – ବ୍ୟକ୍ତିଗତ, ପାରିବାରିକ ଓ ସାଙ୍ଗଠନିକ ସାଧନା ପ୍ରୟାସ ଇତ୍ୟାଦି ଆଲୋଚନା କରାଯାଇଥିଲା। ପରିଶେଷରେ ବାଲିଗୁଡା ସମିତିର ଆବାହକଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇ ମଙ୍ଗଳ ଆରତୀ, ପ୍ରସାଦ ସେବନ ସହିତ ଶିବିରର ସମସ୍ତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
