ମହାରାଜାଙ୍କ ୧୩୪ତମ ଜୟନ୍ତୀ ପାଳନ

ମହାରାଜାଙ୍କ ୧୩୪ତମ ଜୟନ୍ତୀ ପାଳନ

ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ) ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ୱତନ୍ତ୍ର ଓଡିଶା ପ୍ରଦେଶର ନିର୍ମାତା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ୧୩୪ତମ ଜୟନ୍ତୀ ପାଳିତ ହୋଇଯାଇଛି l ଗିରି ମାର୍କେଟ ଛକ ସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା l ସମିତି ସଭାପତି ଆର. ସତ୍ୟ ନାରାୟଣ ରାଓଙ୍କ ସମେତ ଅନ୍ୟମାନେ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ମହାରାଜା ଗଜପତି ଓଡ଼ିଆ ଜାତି ପାଇଁ ସଦା ସର୍ବଦା ଚୀର ସ୍ମରଣୀୟ ରହିବେ ବୋଲି ମତ ପ୍ରକାଶ ପାଇଛି l ଆଜି ଓଡିଶା ଭୂ-ଖଣ୍ଡର ଭୌଗଳିକ ସୀମା ର ସୁରକ୍ଷା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ସୁରକ୍ଷା, ଓଡ଼ିଆ ସରକାରୀ ସ୍କୁଲ ଗୁଡିକର ପୁନରୁଦ୍ଧାର ଓ ଉନ୍ନତ ଗୁଣାତ୍ମକ ଶିକ୍ଷା ପ୍ରଚଳନ, ଓଡିଶାରେ ନିଶା ନିବାରଣ ଆଇନକୁ କାର୍ଯ୍ୟକାରୀ, ଓଡ଼ିଶାର ପ୍ରାକୃତିକ ସମ୍ପଦର ସୁରକ୍ଷା ଆଦି ନେଇ ସମିତିର କର୍ମକର୍ତ୍ତାମାନେ ମତ ପ୍ରକାଶ କରିଥିଲେ l ମହାରାଜା ଗଜପତିଙ୍କ ସ୍ବପ୍ନର ଓଡିଶା ନିର୍ମାଣ ପାଇଁ ସମସ୍ତ ଓଡିଶା ବାସୀ ସଂକଳ୍ପ ବଦ୍ଧ ହେବାପାଇଁ ଆଜିର ସ୍ମୃତି ସଭାରେ ଆହ୍ୱାନ ଦିଆଯାଇଛି l ସମିତି ସମ୍ପାଦକ ଏସ. ସାମ୍ବଶିବା ରାଓଙ୍କ ସମେତ ଅନ୍ୟମାନେ ଏହି ଅବସରରେ ଅଂଶ ଗ୍ରହଣ କରିଥିଲେ l

Smart Computer Ad
You might also like
error: Content is protected !!