ପହଲେ ଗାଓଁ ରେ  ଆତଙ୍କି ଆକ୍ରମଣରେ  ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଓ ଶୋଭା ଯାତ୍ରା 

ପହଲେ ଗାଓଁ ରେ  ଆତଙ୍କି ଆକ୍ରମଣରେ  ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଓ ଶୋଭା ଯାତ୍ରା 

(ପ୍ରଭାକର ଶିରୋମଣି):- ଗତ ୨୨ ଅପ୍ରେଲ  ଭାରତ ବର୍ଷ ପାଇଁ ଏକ ଦୁଃଖଦ ଘଟଣା ଥିଲା । ସେହି ଦିନ ଜାମ୍ମୁ କାଶ୍ମୀର ସ୍ଥିତ ପହଲେ ଗାଓଁ ଠାରେ  ପର୍ଯ୍ୟଟକ ମାନଙ୍କ ଭିଡ଼ ଲାଗିଥିବା ସମୟରେ ଅଚାନକ ପାକିସ୍ତାନ ଆତଙ୍କ ବାଦୀ ଯେପରି ବର୍ବୋରିଚିତ ହାମଲା  କରିଥିଲେ ସେହି ଘଟଣାରେ ସାରା ଦେଶ ସ୍ତବ୍ଧ  ହୋଇଯାଇଥିଲା । ଏପରି ଏକ ଦୁଃଖଦ ଖବର ସାରା  ଦେଶରେ କ୍ଷୀପ୍ର ଗତିରେ ପ୍ରଚାରିତ ହେବା ପରେ ସମସ୍ତଙ୍କ ମନରେ ଦୁଃଖ ଭରି ଦେଇଥିଲା । ପାକିସ୍ତାନର ଏପରି ଜଘନ୍ୟ ଓ ବର୍ବୋର୍ଚ୍ଚିତ ଅପରାଧ ପାଇଁ ସମଗ୍ର ଦେଶ ଏକ ମନରେ ଜବାବ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ମହଲ ରୁ ଜଣାଇ ପୂର୍ଣ୍ଣ ସମର୍ଥନ ଜ୍ଞ୍ୟାପନ କରିଥିଲେ । ଏହାର ପ୍ରତିବାଦରେ କଣ୍ଟିଲୋ ଗ୍ରାମପଞ୍ଚାୟତ ଅଧୀନ କୃଷ୍ଣେଶ୍ୱର ପାଟଣା ଏବଂ ବାଉରିସୁବୁଦ୍ଧି  ପାଟଣା  ଓ  ଗ୍ରାମବାସୀଙ୍କ ତରଫରୁ ଗୁରୁବାର ରାତିରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଭାରତ ମାତାକି ଜୟ ,ଜୟ ଭାରତ ନାରା ଦେଇ କଣ୍ଟିଲୋ ଗ୍ରାମ ପରିକ୍ରମା କରିଥିଲେ । ପହେଲଗାଓଁ ଠାରେ   ପାକିସ୍ଥାନୀ  ଆକ୍ରମଣ କାରୀଙ୍କ ଦ୍ୱାରା ମୃତ୍ୟୁ  ବରଣ କରିଥିବା ଓଡ଼ିଆ ପୁଅ ପ୍ରଶାନ୍ତ ଅମର ରହେ ବୋଲି ନାରା ଦେବା ସଙ୍ଗେ ସଙ୍ଗେ  ଶୋକସନ୍ତପ୍ତ  ପରିବାରଙ୍କର  ମଙ୍ଗଳ କାମନା କରି ପ୍ରଭୁ ଶ୍ରୀ ନୀଳମାଧବ ଙ୍କ ନିକଟରେ  ଅଶ୍ରୁଳ ଶ୍ରଦ୍ଧାଞ୍ଜଳି. ପୂର୍ବକ ସମୂହ ପ୍ରାର୍ଥନା କରିଥିଲେ ।

Smart Computer Ad
You might also like
error: Content is protected !!