ପୁଲିସ ପେଟ୍ରଲିଂ ବେଳେ ଆର୍ଶିଲିଙ୍ଗ ଘାଟି ରେ ବିପୁଳ ପରିମାଣର ଗଞ୍ଜେଇ ସହ ବୋଲେର ଗାଡ଼ି ଜବତ ।

ପୁଲିସ ପେଟ୍ରଲିଂ ବେଳେ ଆର୍ଶିଲିଙ୍ଗ ଘାଟି ରେ ବିପୁଳ ପରିମାଣର ଗଞ୍ଜେଇ ସହ ବୋଲେର ଗାଡ଼ି ଜବତ ।

ଆର.ଉଦୟଗିରି,(ମନୋଜ କୁମାର ପାଢୀ) :- ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ଆର୍ଶିଲିଙ୍ଗ ଘାଟି ରେ ଓଡି୧୮ଇ ୫୦୫୮ ନଂବର ବିଶିଷ୍ଟ ଏକ ବୋଲେରୋ ଗାଡ଼ି ରୁ ଏକ କୁଇଣ୍ଟାଲ ସାତ କେଜି ଗଞ୍ଜେଇ ଗାରାବନ୍ଧ ପୁଲିସ୍ ଜବତ କରିଛି । ବିଶେଷ ସୁତ୍ରରୁ ଖବର ପାଇ କିଞ୍ଚିଲିଙ୍ଗ ଗୋପିଲି ରାସ୍ତା ରେ ଆର୍ଶିଲିଙ୍ଗ ଠାରେ ପୁଲିସ୍ ଚଢାଉ କରିବା ବେଳେ ଡ୍ରାଇଭର ଓ ଅନ୍ୟ ଜଣେ ଗାଡ଼ି ଛାଡି ଫେରାର୍ ହୋଇଥିବା ଗାରାବନ୍ଧ ଥାନା ଅଧିକାରୀ ପ୍ରସାନ୍ତ ନିସିକା ସୂଚନା ଦେଇଛନ୍ତି । ତାଙ୍କ ସହ ଏଏସ୍ଆଇ ଅମର ମିଶ୍ର, ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖଙ୍କ ସହ ଏକ ଟିମ୍ ଏହି ଚଢାଉ କରିଥିବା ବେଳେ ମାଜିଷ୍ଟ୍ରେଟ୍ ଦାୟିତ୍ୱ ରେ ଥିବା ତହସିଲଦାର ଅଲୀଆ ରେଡ୍ଡୀ ଙ୍କ ଉପସ୍ଥିତ ରେ କେସ୍ ରୁଜୁ କରି ଅନୁସନ୍ଧାନ କରୁଥିବା ପୁଲିସ୍ କହିଛି । ଏହା ପଡୋଶୀ ଆନ୍ଧ୍ର କୁ ଚାଲାଣ ହେଉଥିବା ପୁଲିସ୍ ଅନୁମାନ କରୁଛି ବୋଲି ନିସିକା ଆଜି ସନ୍ଧ୍ୟା ସାତଟା ବେଳେ ସୂଚନା ଦେଇଛନ୍ତି।

You might also like
error: Content is protected !!