ବଣ ଛତୁଖାଇ ଗୋଟିଏ ଗାଁର ୬ ଆହତ ।

ବଣ ଛତୁଖାଇ ଗୋଟିଏ ଗାଁର ୬ ଆହତ ।

ଆର.ଉଦୟଗିରି,(ମନୋଜ କୁମାର ପାଢୀ ): ବଣ ଛତୁଖାଇ ଗୋଟିଏ ଗାଁର ୫ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ମୋହନା ଥାନା ବଡ଼ଖଣି ଗାଁରେ। ଦିନ ୧୨ ଟା ସମୟରେ ବଡ଼ଖଣି ଗାଁର ୬ ଜଣ ପଦରକୁ କାମ କରିବାକୁ ଯାଇଥିଲେ। ସେଠାରେ ଏକ ଗଛ ମୂଳରେ ଛତୁ ପାଇବା ପରେ ଛତୁକୁ ଆଣି ପଦରରେ ରୋଷେଇ କରି ଖାଇଥିଲେ। ଖାଇବା ପରେ ସାରେ ବାନ୍ତି ହେବା ସହ ଅସୁସ୍ଥ ହୋଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ମୋହନା ମେଡିିକାଲ ରେ ଭର୍ତ୍ତି କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର କହିଛନ୍ତି। ସ୍ଥାନାନ୍ତରିତ ବ୍ୟକ୍ତି ହେଲେ ବାବୁଲା ମଳିକ, ବିଶାଳ ମଳିକ, ବାଡ଼ି ମଳିକ,ସାତିବାଲଡି ମଳିକ,ପରା ମଳିକ ।

You might also like
error: Content is protected !!