ବ୍ଲକ ସ୍ତରୀୟ ପୋଷଣ ପଖୱାଡା କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ ପୋଷଣ ପଖୱାଡା କାର୍ଯ୍ୟକ୍ରମ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ରାଜିବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯାଳୟ ପକ୍ଷରୁ ବ୍ଲକ୍ ସ୍ତରୀୟ ପୋଷଣ ପଖଓ୍ବାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଭାରପ୍ରାପ୍ତ ବିଡିଓ ଧର୍ମରାଜ ପରିଡା ଯୋଗ ଦେଇଥିବା ବେଳେ ଅଞ୍ଚଳ ପରିଦର୍ଶିକା ଜି.ରଶ୍ମି , ମମତା ଶାବର, କୁସୁମ ପଣ୍ଡା, ଲିଲି ଶାବର, ସ୍ବର୍ଣ୍ଣମୟୀ ନାୟକ ଓ ଜାନକୀ ଶାବର ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏ ଅବସରରେ ଗୋଦଭରାଇ, ମୋ ଗେହ୍ଲା ଝିଅ, ଅନ୍ନପ୍ରାଶନ ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଏଥି ସହ ମାଣ୍ଡିଆ, ଗହମ, ଛତୁଆରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ପୁଷ୍ଟିକର ଓ ସୁସ୍ବାଦୁ ଖାଦ୍ୟ ସାଙ୍ଗକୁ ଅନେକ ପ୍ରକାର ଖାଦ୍ୟଶସ୍ୟ ଓ ପନିପରିବା ପ୍ରଦର୍ଶିତ ହୋଇଥିଲା। ଏହି ସବୁ ଖାଦ୍ୟ ପଦାର୍ଥରରୁ ପ୍ରସ୍ତୁତ ସୁଷମ ଖାଦ୍ୟ ଖାଇବା ଦ୍ବାରା ମାଆ ଶିଶୁ ଉଭୟେ ଅପପୁଷ୍ଟି ରୋଗରୁ ମୁକ୍ତି ପାଇବା ସହଜ ହେବ ବୋଲି ମତ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସେକ୍ଟରର ଅଙ୍ଗନଓ୍ବାଡି କର୍ମୀ, ସହାୟିକା, କିଶୋରୀ ବାଳିକା ଓ ଗର୍ଭବତୀ ମାଆ ଉପସ୍ଥିତ ରହିଥିଲେ।

You might also like
error: Content is protected !!