ଜଟଣୀ ପଞ୍ଚାୟତ ସମିତିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ଜଟଣୀ ପଞ୍ଚାୟତ ସମିତିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ଜଟଣୀ ପଞ୍ଚାୟତ ସମିତି ପକ୍ଷରୁ “ଜାତୀୟ ପଞ୍ଚାୟତି ରାଜ ଦିବସ-୨୦୨୫ ” ର ବ୍ଲକ ସ୍ତରୀୟ ଶୁଭାରମ୍ଭ ସମ୍ମିଳନୀ ପଞ୍ଚାୟତ ସମିତି ଜଟଣୀ ପରିସର ଠାରେ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ଆଜି, ଅଧ୍ଯକ୍ଷା ଜଟଣୀ ପଞ୍ଚାୟତ ସମିତି ଜୟନ୍ତୀ ଛୋଟରାୟ, ସାଂସଦ ଭୁବନେଶ୍ବରଙ୍କର ପ୍ରତିନିଧ ମନୋଜ କୁମାର ନନ୍ଦଙ୍କ ସମେତ ପଞ୍ଚାୟତ ସମିତି ଜଟଣୀର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟ ସଭାରେ ଉପସ୍ଥିତ ରହିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜଟଣୀ ରଶ୍ମିତା ନାଥ ସ୍ବାଗତ ଭାଷଣ ଦେଇ ସଭା ପରିଚାଳନା କରିଥିଲେ ଓ ଜଟଣୀ ବ୍ଲକ ଅନ୍ତର୍ଗତ ୧୧ ଗୋଟି ଗ୍ରାମପଞ୍ଚାୟତର ୧୯ ଜଣ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରଯାଇଥିଲା। ବିଭିନ୍ନ ଯୋଜନାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜଟଣୀ ବ୍ଲକ ର ବିଭିନ୍ନ ଗ୍ରାମ ପଞ୍ଚାୟତ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାରୁ ବିଭିନ୍ନ କାର୍ଯ୍ୟକ୍ରମ ଇ-ପଞ୍ଚାୟତ ସଭା (ପଞ୍ଚାୟତ ସମିତି ) ପୋର୍ଟାଲ୍, ପି.ପି.ଏମ.ଏସ ପୋର୍ଟାଲ, ପଞ୍ଚାୟତ ମନିଟରିଂ ସିଷ୍ଟମ (ପୋର୍ଟାଲ ଓ ମୋବାଇଲ ଆପ), ହିତାଧୁକାରୀଙ୍କୁ ନୂତନ ରାସନ କାର୍ଡ ପ୍ରଦାନ ଓ ପ୍ରୋସ୍ଟାହନ ରାଶିର ବଣ୍ଟନ ଶୁଭାରମ୍ଭ କରିଥିଲେ ଏବଂ ଏହାର ସିଧା ପ୍ରସାରଣ ଟେଲିଭିଜନ ପରଦା ମାଧ୍ୟମରେ ବ୍ଲକ ସ୍ତରୀୟ ସମସ୍ତ ଲୋକଙ୍କୁ ପ୍ରଦର୍ଶିତ କରଯାଇଥିଲା । ସର୍ବଶେଷରେ ମଙ୍ଗଳ ସଂପ୍ରସାରଣ ଅଧିକାରୀ, ନରହରି ପାତ୍ର ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।

You might also like
error: Content is protected !!