ନୀଳମାଧବଙ୍କ ହୁଣ୍ଡିରୁ ମିଳିଲା ରାଷ୍ଟ୍ରପତିଙ୍କର ୫୧୦୦ ଟଙ୍କାର ଲଫାଫା

ନୟାଗଡ,(ପ୍ରଭାକର ଶିରୋମଣି):- ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧrଵ ଜୀଉଙ୍କ ପରିସର  ମଧ୍ୟରେ ଥିବା ଦାନ ବାକ୍ସ କୁ ବୁଧବାର ଖୋଲା ଯାଇଛି । ଏହି ଦାନ ଵାକ୍ସ ଖୋଲିବା ସମୟରେ ଖଣ୍ଡପଡା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ତହସିଲଦାର ବିଶ୍ୱ ବିସ୍ତୃତ ତ୍ରିପାଠୀ ଓ କଣ୍ଟିଲୋ ଫାଣ୍ଡି ସହ ଅଧିକାରୀ ମନୋରଞ୍ଜନ ପଣ୍ଡା  ଉପସ୍ଥିତ ଥିଲା ବେଳେ ନୀଳମାଧଵ ପୂଜକ ସମାଜ ସଭାପତି ମନୋଜ କୁମାର ମିଶ୍ର, ସମ୍ପାଦକ ହୃଷିକେଶ ମିଶ୍ର  ପ୍ରମୁଖ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଦାନ ବାକ୍ସ ଖୋଲା ଗଲାବେଳେ ସେଥିରୁ ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଣ୍ଟିଲୋ ନୀଳମାଧଵ ଙ୍କୁ ଦର୍ଶନ କରିଥିଲା ବେଳେ ଦାନ ବାକ୍ସ ରେ ଏକ ଲଫାଫା ମଧ୍ୟରେ ୫୦୦୧ ଟଙ୍କା ଥିବା ଜଣା ପଡିଥିଲା । ଏ ଖବର ଜଣା ପଡିଲା ମାତ୍ରେ ସମସ୍ତ ଙ୍କ ମନ ରେ  ଆନନ୍ଦ ପ୍ରକାଶ ପାଇଥିଲା l ଦାନ ବାକ୍ସ ମଧ୍ୟରୁ ସର୍ବ ମୋଟ ୨ ଲକ୍ଷ ୪୮ ହଜାର ୯୯୫ ଟଙ୍କା ମିଳିଥିଲା ବେଳେ ରୁପା ପାଉଁଜି ଏକ ହଳ ଓ ସୁନାର ଛୋଟ ରିଙ୍ଗ ଏକ ହଳ ସହ ଟୁକୁରା ଟୁକୁରା ସୁନା ଓ ରୁପା କିଛି ମିଳିଥିବା ସଭାପତି ମନୋଜ ମିଶ୍ରଙ୍କ ଠାରୁ ପ୍ରକାଶ ।

You might also like
error: Content is protected !!