ଷୋଳ ଘର ରାଜୀବ ଗାନ୍ଧୀ ସେବକେନ୍ଦ୍ର ରେସେକ୍ଟର ସ୍ତରୀୟ ପୋଷଣପଖୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ

ଷୋଳ ଘର ରାଜୀବ ଗାନ୍ଧୀ ସେବକେନ୍ଦ୍ର ରେସେକ୍ଟର ସ୍ତରୀୟ ପୋଷଣପଖୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ସମନ୍ୱିତ ଶିଶୁ ବିକାଶ ପ୍ରୋଜେକ୍ଟ ଅନ୍ତର୍ଗତ ଷୋଳଘର ପଞ୍ଚାୟତ ର ରାଜିବ ଗାନ୍ଧି ସେବାକେନ୍ଦ୍ର ଠାରେ ସେକ୍ଟର ସ୍ଥରିୟ ପୋଷଣ ପଖୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ପ୍ରୋଜେକ୍ଟର ସିଡିପିଓ ଲଳିତା ମଲ୍ଲିକ ଯୋଗ ଦେଇ ଥିଲେ। ଷୋଳଘର ପଞ୍ଚାୟତର ସମିତି ସଭ୍ୟ ପ୍ରମୋଦ କୁମାର ମହାନ୍ତି କାର୍ଯ୍ୟକ୍ରମକୁ ଉଦଘାଟନକରି ଥିଲେ, ସେକ୍ଟର ସୁପରଭାଇଜର ଶ୍ରୀମତୀ ପଦ୍ମାବତୀ ଦେବୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ଷୋଳଘର ପଞ୍ଚାୟତ ର ଅଙ୍ଗନ ବାଡି କର୍ମୀ ଓ ସହାୟିକା ମାନଙ୍କ ଦ୍ୱାରା ପରିଚାଳିତ ହୋଇ ଥିଲା । ସ୍ଥାନିୟ ୱାର୍ଡ଼ ସଭ୍ୟମାନେ ଯୋଗ ଦେଇ ଥିଲେ ।

ଷୋଳ ଘର ରାଜୀବ ଗାନ୍ଧୀ ସେବକେନ୍ଦ୍ର ରେସେକ୍ଟର ସ୍ତରୀୟ ପୋଷଣପଖୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ

କାର୍ଯ୍ୟକ୍ରମରେ ସେକ୍ଟର ସ୍ତରୀୟ ସମସ୍ତ ଅଙ୍ଗନଓ୍ବାଡ଼ି କର୍ମୀ ମାନେ ନିଜ ନିଜ କେନ୍ଦ୍ରରେ ପୋଷଣ ଯୁକ୍ତ ମାଣ୍ଡିଆ ସହିତ ବିଭିନ୍ନ ସାମାନ ରେ ତିଆରି ପ୍ରସ୍ତୁତି ଖାଦ୍ୟ, ତା ସହିତ ଚୁଡ଼ା, ମୁଢ଼ି, ଉପମା, ଚାଉଳରୁ ପ୍ରସ୍ତୁତି ବିଭିନ୍ନ ପିଠା, ପନିପରିବାରୁ ପ୍ରସ୍ତୁତ ଡାଲମା, ସନ୍ତୁଳା, ଘାଣ୍ଟ ତରକାରୀ, ସାଲଟ, କାଞ୍ଜି, ଶାଗ, ମୁଗ ବିରି,ଫଳ ଜୁସ, ଡାଲିଜାତୀୟ ରୁ ନିର୍ମିତ ବିଭିନ୍ନ ପିଠା ଭଳି ଅନେକ ଖାଦ୍ୟ ପ୍ରଦର୍ଶନୀ କରି କିଶୋରୀ ବାଳିକା, ମହିଳା ମାନଙ୍କୁ ପୋଷଣ ଖାଦ୍ୟ ଉପରେ ମତ ଦେଇ ସରଳୀ କରଣ ଭାବେ ବୁଝାଇଥିଲେ । ମାତ୍ରାଧିକ ଆଇରନ ଯୁକ୍ତ ଖାଦ୍ୟ ପାଇବାକୁ ହେଲେ ନିଜ ବାଡ଼ି ବଗି ଚାରେ ପନିପରିବା ଚାଷ କାର୍ଯ୍ୟ କରିବାର ଆବଶ୍ୟକ‌ତା ଅଛି । ବାହାର ଖାଦ୍ୟ ନଖାଇବା କିଶୋରୀ ବାଳିକା, ଗର୍ଭବତୀ ମାଙ୍କ ସ୍ୱାସ୍ଥ୍ୟ ପ୍ରତି ଭଲଅଟେ । ଏହି କାର୍ଯ୍ୟକ୍ରମ ରେ ସେକ୍ଟର ଷ୍ଟେତୀୟ ସମସ୍ତ ଅଙ୍ଗନୱାଡି କର୍ମୀ ଓ ସହାୟିକା ସହଯୋଗ କରିଥିଲେ ।

You might also like
error: Content is protected !!