ରାମଗିରି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ସମୟ ଯାଏ ଆମ୍ବୁଲାନ୍ସ ସେବା ନ ମିଳିବାରୁ ରୋଗୀ ହେଲେ ହନ୍ତସନ୍ତ

ଆର. ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ସମୟ ଯାଏ ଆମ୍ବୁଲାନ୍ସ ସେବା ନ ମିଳିବାରୁ ରୋଗୀ ହନ୍ତସନ୍ତ ହୋଇ ଥିବା ଅଭିଯୋଗ ହୋଇଛି। ସୂଚନା ପ୍ରକାରେ ନୂଆଗଡ ବ୍ଲକ ଅନ୍ତର୍ଗତ ମାର୍ଲବା ଗ୍ରାମର ରବିନ୍ଦ୍ର ରଇତ ଆଜି ମଧ୍ୟାହ୍ନ ପ୍ରାୟ ବାରଟା ବେଳେ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟ ଭର୍ତ୍ତି ହୋଇଥିଲେ। ତାଙ୍କର ଚିକିତ୍ସା କରିବା ପରେ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ଜାଣି ତାଙ୍କୁ ବ୍ରହ୍ମପୁର ଚିକିତ୍ସାଳୟ କୁ ରେଫର୍ କରିଥିଲେ । ଏହାପରେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ମଧ୍ୟ ରାତ୍ର ଦଶଟା ଯାଏଁ ଆମ୍ବୁଲାନ୍ସ ସେବା ପାଇ ପାରି ନଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ତେବେ ଏଠି ପ୍ରଶ୍ନ ହେଉଛି ସରକାର ଲୋକଙ୍କ ଲାଗି ଆମ୍ବୁଲ୍ୟାନସ ସେବା ଲାଗି ନୂଆ ଯୋଜନା ସବୁ କରୁଥିବାବେଳେ, ରାମଗିରି ଡାକ୍ତରଖାନାରେ ବାରମ୍ବାର ଆମ୍ବୁଲାନ୍ସ ଲାଗୀ ରୋଗୀ ହନ୍ତସନ୍ତ ହେଉଥିବାରୁ ,ପ୍ରଶାସନ ଓ ସରକାର ହସ୍ତକ୍ଷେପ କରି ଏହାର ସ୍ଥାୟୀ ସମାଧାନଲାଗି ଅଞ୍ଚଳରେ ଦାବି ରହୁଛି। ତେବେ କିଛି ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ଯୋଗାଯୋଗପରେ ପ୍ରତିକ୍ରିୟା ମିଳିଛି ଯେ, ସରକାର ଠିକ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଛଟେଇ କରିବାର ଏସବୁ ଫଳ ବୋଲି ମତ ରଖିଥିଲେ।

You might also like
error: Content is protected !!