ପୋଷଣ ଯୁକ୍ତ ଖାଦ୍ୟ ପ୍ରଦର୍ଶନ ସହ ପୋଷଣ ଦିବସ ପାଳିତ

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରବ୍ଳକ ଜାମୁନି ସେକ୍ଟର ସ୍ତରୀୟ ପୋଷଣ ଦିବସ ରଣ ଝାଲି ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ ସ୍ଥାନୀୟ ସମସ୍ତ ଅଙ୍ଗନୱାଡି କର୍ମୀଙ୍କ ସହଯୋଗ ଏବଂ ସେକ୍ଟର ସୁପର ଭାଇଜର ପଦ୍ମା ଦେବୀଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ପାଳନ ହୋଇ ଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ସିଡ଼ିପିଓ ଲଳିତା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥ୍ ତିଥ୍ ଭାବେ, ରଣଝାଲୀ ସରପଞ୍ଚ, ମଞ୍ଚାସିନ ଥିଲେ ।

ଏହା ସହିତ କିଛିୱାର୍ଡମେମ୍ବର, ଅଙ୍ଗନ ୱାଡି ସହାୟିକା, କିଶୋରୀବାଳିକା, ସ୍ଥାନୀୟ ମେଡିକାଲ ସିଏଚଓ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ରେ ସମୁର୍ଣ୍ଣ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରରେ ସେକ୍ଟର ସ୍ତରୀୟ ସମସ୍ତ ଅଙ୍ଗନଓ୍ବାଡ଼ି କର୍ମୀ ମାନେ ନିଜ ନିଜ କେନ୍ଦ୍ରରେ ପୋଷଣ ଯୁକ୍ତ ମାଣ୍ଡିଆରେ ତିଆରି ବିଭିନ୍ନ ପ୍ରସ୍ତୁତି ଖାଦ୍ୟ, ଚୁଡ଼ା, ମୁଢ଼ି ଉପମା, ଚାଉଳରୁ ପ୍ରସ୍ତୁତି ବିଭିନ୍ନ ପିଠା, ପନିପରିବାରୁ ପ୍ରସ୍ତୁତ ଡାଲମା, ଜୁସ,ଘାଣ୍ଟ ତରକାରୀ, ସାଲଟ, କାଞ୍ଜି, ଶାଗ, ମୁଗ ବିରି, ଡାଲି ଜାତୀୟରୁ ନିର୍ମିତ ବିଭିନ୍ନ ପିଠା ଭଳି ଅନେକ ଖାଦ୍ୟ ପ୍ରଦର୍ଶନୀ କରି କିଶୋରୀ ବାଳିକା, ମହିଳା ମାନଙ୍କୁ ପୋଷୋଣ ଖାଦ୍ୟ ଉପରେ ମତ ଦେଇ ସରଳୀ କରଣ ଭାବେ ବୁଝାଇଥିଲେ ।

ମାତ୍ରାଧ୍ୟକ ଆଇରନ ଯୁକ୍ତ ଖାଦ୍ୟ ପାଇବାକୁ ହେଲେ ନିଜ ବାଡ଼ି ବଗି ଚାରେ ପନିପରିବା ଚାଷ କାର୍ଯ୍ୟ କରିବାର ଆବଶ୍ୟକତା ଅଛି । ବାହାର ଖାଦ୍ୟ ନଖାଇବା କିଶୋରୀ ବାଳିକା, ଗର୍ଭବତୀ ମା ଙ୍କ ସ୍ବାସ୍ଥ୍ୟ ପ୍ରତି ଭଲଅଟେ । ମାଆ ମାନେ ନିଜକୁ ସ୍ଵଚ୍ଛତା ରଖୁବାସହ,ପରିଷ୍କାର ପରିଚ୍ଛନ୍ନତାକୁ ପ୍ରାଧାନ୍ୟ ଦେବା ଉଚିତ ବୋଲିଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ରାଜ୍ୟ ସରକାରଙ୍କ ତରଫରୁ କିଶୋରୀ ବାଳିକା ମାନଙ୍କୁ ସ୍ଵତନ୍ତ୍ର ପୃଷ୍ଟିକର ଖାଦ୍ୟ ଭାବେସପ୍ତାହକୁ 4ଗୋଟି ଲେଖାଏଁ 16 ଗୋଟି ଅଣ୍ଡା, ଭଜାଚଣଏକପକେଟ ,ମସଲାମୁଢ଼ି଼ ଏକ ପକେଟ, ସାମାନ ବଣ୍ଟା ଯାଉଛି । ଏହି କାର୍ଯ୍ୟକ୍ରମ ରେ ସେକ୍ଟର ସ୍ତରୀୟ ସମସ୍ତ ଅଙ୍ଗନୱାଡି କର୍ମୀ ଓ ସହାୟିକା ଓ କିଶୋରୀ ବାଳିକା ମାନେ ସହଯୋଗ କରିଥିଲେ ।