ବାଇକ-ହାଇୱା ମୁହାଁମୁହିଁ ଧକ୍କା: ବାଇକ ଆରୋହୀ ମୃତ

ବାଇକ-ହାଇୱା ମୁହାଁମୁହିଁ ଧକ୍କା: ବାଇକ ଆରୋହୀ ମୃତ

ଆର.ଉଦୟଗିରି,(ମନୋଜ ପାଢୀ): ଗଞ୍ଜାମ ଜିଲା ପାଟପୁର ଥାନା କଂସାମାରି ଗାଁର ରାଜନ ମୋହନ ଦୋରା (୪୮) ଅଡବାରୁ ଏକଟିଭିଏସ ବାଇକ (ଓଡି ୦୭ଡି ୯୨୧୩)ଯୋଗେ କଂସାମାରି ଯିବା ସମୟରେ ମେରାପଲ୍ଲୀ ଗାଁ ନିକଟରେ ଏକ ବୁଲାଣିରେ ବିପରୀତ ଦିଗରୁ ଏକ ହାଇୱା (AP39WA9890) ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଓ ହାଇୱାକୁ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି। ଏହି ଘଟଣାରେ ମୃତକଙ୍କ ପୁଅ ବିଘ୍ନେଶ୍ୱର ଥାନାରେ ଏକ ଲିଖିତ ଅଭିଯୋଗ ପରେ ୫୮/୨୫ ଏକ ମାମଲା ରୁଜ୍ଜୁ ହୋଇଥିବା ଥାନା ପକ୍ଷରୁ ସୂଚନା ମିଳିଛି।

You might also like
error: Content is protected !!