ସହରରେ ବାଘ ବୁଲୁଛି

ବ୍ରହ୍ମପୁର, (ରାଜେନ୍ଦ୍ର ସାହୁ):- ବଡ ବଜାର ଗହଳ ଚହଳ ରେ ପୁରି ଉଠୁଛି । ମାଆ ବୁଢୀ ଠାକୁରାଣୀ ଅସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି । ମାଆଙ୍କୁ ଦର୍ଶନ କରିବା ନେଇ ଭକ୍ତଙ୍କ ଭିଡ଼ ଜମୁଛି । ସନ୍ଧ୍ୟାରେ ମାଆ ନଗର ପରିକ୍ରମାରେ ବାହାରନ୍ତି । ରାଜ୍ୟ ବାହାରୁ ମଧ୍ୟ ଭକ୍ତମାନେ ଏଠାରେ ଏକାଠି ହେଉଛନ୍ତି । ଏବେ ସହରରେ ବିଭିନ୍ନ ବେଶ ଦେଖିବାକୁ ମିଳୁଛି । ସହରରେ ବେଶ ପରିକ୍ରମା ଚାଲିଛି । ମଣିଷ ବାଘ ସହରରେ ବୁଲୁଛି । ବାଘଙ୍କୁ ଦେଖିବା ପାଇଁ ଭିଡ଼ ହେଉଛି ।ଅତି ସକାଳୁ ମାଆଙ୍କୁ ଦର୍ଶନ ନିମନ୍ତେ ଭିଡ଼ ଆରମ୍ଭ ହେଇଯାଉଛି । ସବୁ ଦିଗ ପ୍ରତି ପୋଲିସର ନଜର ରହିଛି।