ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ଆଜି ଏପ୍ରିଲ ୧୭ ତାରିଖରେ ସାରା ରାଜ୍ୟରେ ଓଡ଼ିଶାର ବରପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବିଜେଡି ପକ୍ଷରୁ ପୌର ପରିଷଦ ମିଲ ପୋଖରୀ ଠାରେ ତିଳ ତର୍ପଣ ସହ ସ୍ମୃତିଚାରଣ କରାଯାଇଛି । ଜଟଣୀ ବିଧାୟକ ବିଭୁତି ବଳବନ୍ତରାୟ ଏବଂ ଜଟଣୀ ବ୍ଲକ ତଥା ନଗର ବିଜେଡି କର୍ମୀ ମାନେ ତିଳ ତର୍ପଣ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ପୌର ଅଧକ୍ଷ ଅନନ୍ତ ବେହେରା,ବିଜେଡି ନେତା ଅନନ୍ତ ଶତପଥି, ଉମାକାନ୍ତ ପଟ୍ଟନାୟକ, ଆଶୁତୋଷ ପ୍ରତାପସିଂ, ବିଜେଡି କାଉନସିଲର, ସରପଞ୍ଚ ଏବଂ ଅନ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ ।